spot_img

Latest Posts

ପାକିସ୍ତାନକୁ ଭାରତର ୨୪୮ ରନର ଟାର୍ଗେଟ୍‌

ନନ୍ଦିଘୋଷ ବ୍ୟୁରୋ: ମହିଳା ବିଶ୍ଵକପ୍ ୨୦୨୫ରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ। ପୁରୁଷ ଏସିଆ କପ୍ ପରେ ଏବେ ମହିଳା ଭାରତୀୟ ଦଳ ପାକିସ୍ତାନ ଦଳ ସହ କଲୋମ୍ବୋରେ ମୁକାବିଲା କରୁଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪୭ ରନ କରି ପାକିସ୍ତାନକୁ କଡ଼ା ଟକ୍କର ଦେଇଛି । ଭାରତ-ପାକିସ୍ତାନ ମଧ୍ୟରେ ହ୍ୟାଣ୍ଡସେକ୍ ବିବାଦ ଚାଲିଥିବା ବେଳେ ଭାରତୀୟ ମହିଳା ଦଳ ପାକିସ୍ତାନ ବିପକ୍ଷରେ ଲଢୁଆ ସ୍କୋର କରି ପାରିଛି। ହର୍ଲିନ ଦେଓଲ ସର୍ବାଧିକ ୪୬ ରନ କରିଥିବା ବେଳେ ଋଚାଘୋଷ ୩୫ ରନର ଉଲ୍ଲେଖନୀୟ ଅପରାଜିତ ରନ କରିଛନ୍ତି । ପାକିସ୍ତାନ ମହିଳା ଦଳ ସମ୍ମୁଖରେ ରହିଛି ୨୪୮ ରନ ବିଜୟ ଲକ୍ଷ୍ୟ।  ବୋଲିଂରେ ପାକିସ୍ତାନ ପକ୍ଷରୁ ଦିଆନା  ବୈଗ ୪ ଓ୍ଵିକେଟ୍ ନେଇଛନ୍ତି ।

ପୁଣି ପଡ଼ିଆରେ ହ୍ୟାଣ୍ଡସେକ୍ ବିବାଦ। ଆଜି ପୁଣି ଦୁଇ ଦେଶ ପାକିସ୍ତାନ ଓ ଭାରତର ଖେଳାଳି କଲେନାହିଁ ହ୍ୟାଣ୍ଡସେକ। ମହିଳା ବିଶ୍ଵକପରେ କଲମ୍ବୋରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଛି । ତେବେ ମ୍ୟାଚ ପୂର୍ବରୁ ଟସ ଲାଗି ଉଭୟ ଦେଶର ଅଧିନାୟକ ପଡିଆ ମଧ୍ୟକୁ ଟସ ପାଇଁ ଆସିଥିଲେ। ଟସ ପଡ଼ିବା ପରେ ଦୁଇ ଖେଳାଳିଙ୍କ ମଧ୍ୟରେ ହ୍ୟାଣ୍ଡସେକ୍ କରିବା କଥା। ତେବେ ଉଭୟ ଅଧିନାୟକ ହ୍ୟାଣ୍ଡେସକ କରିନଥିଲେ। ଭାରତୀୟ ଅଧିନାୟକ ପୁରୁଷ କ୍ରିକେଟ ଟିମ ରାସ୍ତା ଆପଣାଇ ପାକିସ୍ତାନ ଅଧିନାୟକଙ୍କ ସହ ହ୍ୟାଣ୍ଡସେକ୍ କରିନଥିଲା। ଆଜି ଟସ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ମହିଳା ଦଳ ସମ୍ମୁଖରେ ରହିଛି ୨୪୮ ରନ ବିଜୟ ଲକ୍ଷ୍ୟ ।

Latest Posts

Don't Miss