FIH ମହିଳା ହକି ବିଶ୍ୱକପ୍ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା

1 min read

ନୂଆଦିଲ୍ଲୀ: FIH ମହିଳା ହକି ବିଶ୍ବକପ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଷ୍ଟାର୍ ଗୋଲକିପର ସବିତା ପୁନିଆଙ୍କ ନେତୃତ୍ୱରେ ହକି ବିଶ୍ୱକପ ଖେଳିବ ଟିମ୍ ଇଣ୍ଡିଆ । ସବିତା ପୁନିଆଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବାବେଳେ ଓଡ଼ିଶାର ସିନିୟର ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଉପ ଅଧିନାୟିକା ଭାବେ ସ୍ଥାନ ପାଇଛନ୍ତି । ତେବେ ଆଘାତ ସମସ୍ୟା ଯୋଗୁ ନିୟମିତ ଅଧିନାୟକ ରାନୀ ରାମପଲ ଦଳରୁ ଓହରି ଯାଇଛନ୍ତି । ସେହିପରି ଓଡ଼ିଶାର ଉଦୀୟମାନ ଖେଳାଳି ସଲିମା ଟେଟେଙ୍କୁ ମଧ୍ୟ ଭାରତୀୟ ଦଳରେ ସୁଯୋଗ ମିଳିଛି ।

ଜୁଲାଇ ୧ରୁ ନେଦରଲାଣ୍ଡ ଓ ସ୍ପେନରେ ଆୟୋଜିତ ହେବ ମହିଳା ହକି ବିଶ୍ୱକପ । ଜୁଲାଇ ୧ରୁ ଆରମ୍ଭ ହୋଇ ଜୁଲାଇ ୧୭ ପର୍ଯ୍ୟନ୍ତ ଚାଲିବ ଏହି ମେଗା ଟୁର୍ଣ୍ଣାମେଣ୍ଟ । ଏହି ମେଗା ଇଭେଣ୍ଟରେ ଇଂଲଣ୍ଡ, ଚୀନ, ନ୍ୟୁଜିଲାଣ୍ଡ ସହ ପୁଲ ବି’ରେ ଭାରତ ସ୍ଥାନ ପାଇଛି । ଜୁଲାଇ ୩ରେ ଇଂଲଣ୍ଡ ବିପକ୍ଷରେ ଭାରତ ତା’ର ଅଭିଯାନ ଆରମ୍ଭ କରିବ ।