ଇସ୍ରାଏଲ୍ ସହ ମିଶି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ: ଭାରତ ଓ ଇସ୍ରାଏଲ ମିଶି ତିଆରି କରିବେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି  । ଟେକ୍ନୋଲୋଜି ହସ୍ତାନ୍ତର, ରକ୍ଷା ଉପକରଣ, ଯୁଦ୍ଧାସ୍ତ୍ର ବିକାଶ ଓ ଉତ୍ପାଦନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଖୁବଶୀଘ୍ର ଉଭୟ ଦେଶ କାମ ଆରମ୍ଭ କରିବେ । ଏହି ମିଳିତ ଚୁକ୍ତିକୁ ଆଗକୁ ନେବା ପାଇଁ ଏକ ଗ୍ରୁପ ଗଠନ କରାଯାଇଛି  । ଏହି ଚୁକ୍ତି ପରେ ଭାରତ ଦକ୍ଷୀଣ ଏସିଆରେ ସଶକ୍ତ ହେବ ବୋଲି ଅନୁମାନ କରାଯାଉଛି  ।

ଭାରତ ଓ ଇସ୍ରାଏଲ ମିଶି ତିଆରି କରିବେ ହାଇଟେକ ଅସ୍ତ୍ରଶସ୍ତ୍ର । ଏଥିପାଇଁ ଉଭୟଙ୍କ ମଧ୍ୟରେ ସହମତି ସହ ମିଳିତ ଚୁକ୍ତିକୁ ଆଗକୁ ନେବା ପାଇଁ ଏକ ଗ୍ରୁପ ଗଠନ କରାଯାଇଛି  । ଟେକ୍ନୋଲୋଜି ହସ୍ତାନ୍ତର, ରକ୍ଷା ଉପକରଣ, ଯୁଦ୍ଧାସ୍ତ୍ର ବିକାଶ ଓ ଉତ୍ପାଦନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ କାମ କରିବ ଏହି ଗ୍ରୁପ  । ଭାରତକୁ ଯୁଦ୍ଧାସ୍ତ୍ର ରପ୍ତାନୀ କ୍ଷେତ୍ରରେ ଇସ୍ରାଏଲ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି  । ଏହି ଚୁକ୍ତି ପରେ ଏବେ ଭାରତ ପାଇଁ ଇସ୍ରାଏଲର ଗୁରୁତ୍ବ ବଢିଛି  । ପାଖାପାଖି ଦୁଇ ଦଶନ୍ଧି ଧରି ଇସ୍ରାଏଲ ଭାରତକୁ ଯୁଦ୍ଧାସ୍ତ୍ର ବିକ୍ରି କରୁଛି । ଗୁରୁବାର ଚୁକ୍ତି ପରେ ମିସାଇଲ, ସେନ୍ସର, ସାଇବର ସିକ୍ୟୁରିଟି, ଡିଫେନ୍ସ ସିଷ୍ଟମ ଭଳି ଅସ୍ତ୍ର ଉଭୟ ଦେଶ ମିଶି ତିଆରି କରିବେ  ।

ସବୁଠାରୁ ଗୁରୁତ୍ୱପୂଣ୍ଣ ପ୍ରସଙ୍ଗ ହେଲା, ସ୍ଥଳରୁ ଆକାଶକୁ ଉତକ୍ଷେପଣ ହୋଇପାରୁଥିବା ବାରକ ୮ ମିସାଇଲ ଭାରତୀୟ ସେନାରେ ସାମିଲ ହେଉଥିବା ବେଳେ ଦୁଇ ଦେଶ ମଧ୍ୟରେ ଏଭଳି ଚୁକ୍ତି ସ୍ୱାକ୍ଷରିତ ହୋଇଛି  । ୩୦ ହଜାର କୋଟି ଟଙ୍କାର ଏହି ପ୍ରୋଜେକ୍ଟ ଭାରତ ଓ ଇସ୍ରାଏଲ ମିଶି ତିଆରି କରିଛନ୍ତି  । ଆଇଏଆଇ, ରାଫେଲ ଏଡଭାନ୍ସ ଡିଫେନ୍ସ ସିଷ୍ଟମ, ଏଲବିଟ  ଏବଂ ଏଲଟା ସିଷ୍ଟମ ମଧ୍ୟରେ ୭ଟି ଯୋଜନାରେ  ଭାରତରେ ଯୁଦ୍ଧାସ୍ତ୍ର ତିଆରି ପାଇଁ ଏକ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଛି  ।

୧୯୯୯ ମସିହାରେ କାରଗିଲ ଯୁଦ୍ଧ ସମୟରୁ ଭାରତ ଓ ଇସ୍ରାଏଲର ସମ୍ପର୍କ ବଢିଚାଲିଛି  । କାରଗିଲ ଯୁଦ୍ଧ ସମୟରେ ଅତି କମ ସମୟରେ ଇସ୍ରାଏଲ ବହୁ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ରପ୍ତାନି କରିଥିଲା । ଏବେବି ଭାରତୀୟ ସେନାରେ ଇସ୍ରାଏଲର ବିଧ୍ୱଂଶକାରୀ ଅସ୍ତ୍ରଶସ୍ତ୍ର ସାମିଲ ହୋଇଛି  । ଆଗକୁ ମଧ୍ୟ ଭାରତ ଆଉ କିଛି ଅସ୍ତ୍ରଶସ୍ତ୍ର କିଣିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୁକ୍ତି କରିଛନ୍ତି  । ଗତମାସ ସୁରକ୍ଷା ଅଧିଗ୍ରହଣ ପରିଷଦ ପକ୍ଷରୁ ପ୍ରୋଜେକ୍ଟ ଚିତାକୁ ଆହୁରି ସଶକ୍ତ କରିବା ପାଇଁ ଇସ୍ରାଏଲ ସହ ଡିଲ କରାଯାଇଛି  ।

Leave a Reply