spot_img

Latest Posts

ଆଜିଠାରୁ ଆରମ୍ଭ ହେଉଛି ହାଇଭୋଲଟେଜ୍ ଲର୍ଡସ ଟେଷ୍ଟ: ଇଂଲଣ୍ଡ ଓ ଭାରତ ମଧ୍ୟରେ ସିରିଜର ତୃତୀୟ ମ୍ୟାଚ

ଆଜିଠାରୁ ଆରମ୍ଭ ହେଉଛି ହାଇଭୋଲଟେଜ୍ ଲର୍ଡସ ଟେଷ୍ଟ । ଇଂଲଣ୍ଡ ଓ ଭାରତ ମଧ୍ୟରେ ସିରିଜର ତୃତୀୟ ମ୍ୟାଚ। ଏହି ମ୍ୟାଚରେ ବୁମରା ଖେଳିବା ଏକ ରକମର ପକ୍କା। ତାଙ୍କୁ ଗତ ମ୍ୟାଚରେ ବିଶ୍ରାମ ଦିଆଯାଇଥିଲା। ବୁମରା ଚୂଡ଼ାନ୍ତ ଏକାଦଶକୁ ଫେରୁଥିବାରୁ ଟିମ୍ କମ୍ଵିନେସନରେ ଅନେକ ପରିବର୍ତ୍ତନ ହୋଇପାରେ। ଫାଷ୍ଟ ବୋଲିଂକୁ ଏହି ପିଚ୍ ସୁହାଉଥିବାରୁ ଭାରତ ବୁମରାଙ୍କ ସହିତ ସିରାଜ ଓ ଗତ ମ୍ୟାଚର ହିରୋ ଆକାଶଦୀପଙ୍କୁ ଖେଳାଇବାର ସମ୍ଭାବନା ଅଛି। ପ୍ରସିଦ୍ଧ କ୍ରିଷ୍ଣା ବାଦ୍ ପଡ଼ିବା ଏକ ରକମର ପକ୍କା। ସେପଟେ ପ୍ରଥମ ଦୁଇଟି ମ୍ୟାଚରେ ଫ୍ଲପ ହେବା ସତ୍ତ୍ଵେ କରୁଣ ନାୟାରଙ୍କୁ ହୁଏତ ଆଉ ଏକ ସୁଯୋଗ ମିଳିପାରେ। ସ୍ପିନର ଭାବେ କୁଲଦୀପଙ୍କ ସମ୍ଭାବନା ଅଛି। କିନ୍ତୁ ଟିମ୍ ସନ୍ତୁଳନ ଦୃଷ୍ଟିରୁ ହୁଏତ ୱାସିଂଟନ ସୁନ୍ଦରଙ୍କୁ ଚାନ୍ସ ମିଳିପାରେ। ନୀତିଶ ରେଡ୍ଡି ବି ରହିପାରନ୍ତି। ସେପଟେ ପ୍ରତିଭାବାନ ସାଇ ସୁଦର୍ଶନ କି ଅଭିମନ୍ୟୁ ଈଶ୍ଵରନଙ୍କୁ ଖେଳାଯିବ, ତାହା ଏକ ବ଼ଡ଼ ପ୍ରଶ୍ନ। କ୍ୟାପଟନ ଶୁବମନ ଗିଲ ତ ଚମତ୍କାର ଫର୍ମରେ ଅଛନ୍ତି। ସେହିପରି ଯଶସ୍ଵୀ, ରାହୁଲ, ପନ୍ତ ବି ଭଲ ଫର୍ମରେ ଅଛନ୍ତି। ସେପଟେ ଇଂଲଣ୍ଡ ଟିମକୁ ଫେରିଛନ୍ତି ଦ୍ରୁତ ବୋଲର ଜୋଫ୍ରା ଆର୍ଚର। ଯାହା ଜଣାପଡୁଛି ବେଶ ରୋମାଞ୍ଚକର ହେବ ଏହି ମ୍ୟାଚ।

Latest Posts

Don't Miss