ସୁଧୁରିବ ଭାରତ-ଚୀନ ସମ୍ପର୍କ, ଆଜି ସୀମା ବିବାଦ ନେଇ କମାଣ୍ଡରସ୍ତରୀୟ ଆଲୋଚନା

1 min read

ନୂଆଦିଲ୍ଲୀ: ଆଜି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ନେଇ କମାଣ୍ଡରସ୍ତରୀୟ ଆଲୋଚନା ହେବ । LACରୁ ନିଜ ଅଞ୍ଚଳକୁ ସେନା ଫେରାଇ ନେବା ନେଇ ଚାଲିଥିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଦୁଇ ପକ୍ଷଙ୍କ ମଧ୍ୟରେ ଆଲୋଚନା ହେବ । ଦୁଇ ଦେଶ ମଧ୍ୟରେ ସମ୍ପର୍କର ସୁଧାର ପାଇଁ ଏହା ନିହାତି ଆବଶ୍ୟକ ବୋଲି କିଛି ଦିନ ତଳେ ଚୀନର ବିଦେଶ ମନ୍ତ୍ରୀ ଓ୍ୱାଙ୍ଗ ୟି ସୂଚନା ଦେଇଥିଲେ । ଏଥିସହ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଥିଲେ ।

ପୂର୍ବ ଲଦାଖରେ ଚାଲିଥିବା ସୀମା ବିବାଦ ଉଭୟ ଦେଶର ସମ୍ମାନକୁ ରକ୍ଷା କରି ସମାଧାନ ହେବା ନିହାତି ଆବଶ୍ୟକ । କାରଣ ସୀମା ବିବାଦ ଜାରି ରହିଲେ ଦୁଇ ଦେଶର ସ୍ୱାର୍ଥ୍ୟ ହାନି ସହ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଚୀନ ପକ୍ଷରୁ କୁହାଯାଇଛି । LACରେ ଭାରତ ଓ ଚୀନ ମୁହାଁମୁହିଁ ହେବା ପରେ ଦୁଇ ସେନା ସୀମାର ଅତି ନିକଟରେ ଡେରା ପକାଇଥିଲେ । ପରେ ବିଭିନ୍ନ ପର୍ଯ୍ୟାୟରେ ସୀମାରୁ ସେନା ପ୍ରତ୍ୟାହୃତ ଆରମ୍ଭ ହୋଇଛି ।