ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ : ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କଲା ଭାରତ
1 min read
ନନ୍ଦିଘୋଷ ବ୍ୟୁରୋ : ଦୁବାଇରେ ଚାଲିଛି ICC ଚାମ୍ପିଅନ୍ସ ଟ୍ରଫିରେ ଭାରତର ପ୍ରଥମ ପଦାର୍ପଣରେ ଦମଦାର ବିଜୟ । ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ବାଂଲାଦେଶ ଭାରତ ଆଗରେ ୨୨୯ ରନର ବିଜୟ ଲକ୍ଷ୍ୟ ରଖିଥିବାବେଳେ ଭାରତ ୪୬.୩ ଓଭରରେ ୨୩୧ ରନ କରି ବିଜୟୀ ହୋଇଥିଲା । ଭାରତୀୟ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଶୁଭମନ ଗିଲଙ୍କ ଲଢୁଆ ଶତକ । ସେ ୧୨୯ ବଲରେ ୧୦୧ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ଓ କେଏଲ ରାହୁଲ ୪୧ ରନ ଲେଖାଏଁ କରିଥିଲେ । ବିରାଟ କୋହଲି ୨୨ ରନ କରିଥିଲେ ।