ଭାରତର ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଛି । କାନବେରାରେ ଖରାପ ମୌସୁମୀ କାରଣରୁ ମ୍ୟାଚକୁ ଦୁଇଥର ବନ୍ଦ କରିବାକୁ ପଡ଼ିଥିଲା । ଆସନ୍ତା ୩୧ ତାରିଖରେ ମେଲବର୍ଣ୍ଣରେ ଦ୍ବିତୀୟ ଟି-୨୦ ଖେଳାଯିବ । ମେଲବର୍ଣ୍ଣରେ ଏବେ ୫୦ ପ୍ରତିଶତ ବର୍ଷା ଆଶଙ୍କା ରହିଛି, ତେଣୁ ମ୍ୟାଚ ଦିନ ବର୍ଷିପାରେ । ତେବେ କାନବେରା ପରି ସ୍ଥିତି ମେଲବର୍ଣ୍ଣରେ ଦେଖିବାକୁ ନମିଳୁ ।
ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆ ଓପନର ଅଭିଷେକ ଶର୍ମା ୧୯ ରନ୍ ସଂଗ୍ରହ କରିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଶୁଭମନ ଗିଲ ବ୍ୟାଟିଂରେ କମାଲ କରିଥିଲେ । ଗିଲ ୨୦ଟି ବଲରୁ ୩୭ ରନ୍ ସଂଗ୍ରହ କରିଥିବା ବେଳେ ସୂର୍ଯ୍ୟ ୨୪ଟି ବ ଲରୁ ୩୯ ରନ୍ କରିଥିଲେ । ଏହି ଦୁଇ ଖେଳାଳି ଗତ କିଛି ମ୍ୟାଚରେ ଖରାପ ଫର୍ମ ଦେଇ ଗତି କରୁଥିଲେ । ତେଣୁ ସେମାନଙ୍କୁ ନେଇ ଦଳ ଚିନ୍ତାରେ ରହିଥିଲା । ତେବେ ଆଜି ଗୋଟିଏ ପଟେ ବର୍ଷା ବାଧକ ସାଜିଥିବା ବେଳେ ଦୁହିଁଙ୍କର ଫର୍ମ ଫେରି ଆସିଥିଲା । ଏହା ଭାରତୀୟ ଦଳ ପାଇଁ ଦୁଇଟି ବ ବଡ଼ ଖୁସିର ବିଷୟ । ଗିଲ ଓ ସୂର୍ଯ୍ୟଙ୍କ ଏହି ବ୍ୟାଟିଂରେ ଷ୍ଟାଡିୟମରେ ଖୁସିର ମାହୋଲ ଖେଳି ଯାଇଥିବା ବେଳେ ଟିମର ଚିନ୍ତା କିଛିମାତ୍ରାରେ ହ୍ରାସ ପାଇଛି । ଭାରତ ୯.୪ ଓଭରରେ ୯୭ ରନ୍ ସଂଗ୍ରହ କରିଥିଲା । କୌଣସି ଅଷ୍ଟ୍ରେଲୀୟ ବୋଲର ଗିଲ ଓ ସୂର୍ଯ୍ୟଙ୍କ ଆକ୍ରମଣରୁ ବର୍ତ୍ତି ପାରି ନଥିଲେ ।
ସୂର୍ଯ୍ୟକୁମାର ଯାଦବ ୨୦୨୫ରେ ୧୦ଟି ଇନିଂସରେ ମାତ୍ର ୧୦୦ ରନ୍ ସଂଗ୍ରହ କରିଥିଲେ । ସେ ୨୦୨୪ରେ ୧୫୧ ଷ୍ଟ୍ରାଇକ ରେଟରେ ୪୫୦ ପାଖାପାଖି ରନ, ୨୦୦୨୩ରେ ୧୮ଟି ଇନିଂସରେ ୧୫୬ ଷ୍ଟ୍ରାଇକ ରେଟରେ ୭୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ସେଥିମଧ୍ୟରେ ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ଥିଲା । କିଛିଦିନର ନିରବତା ପରେ ସୂର୍ଯ୍ୟଙ୍କ ପୁନଃ ଚମକ ପୁଣି ଥରେ ବ୍ଲୁ ଜର୍ସିକୁ ଉଲ୍ଲସିତ କରିଦେଇଛି ।

