ଚୀନର ଉହାନ ସହରରୁ ୩୨୩ ଜଣ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ: ଚୀନର ଉହାନ ସହରରୁ ୩୨୩ ଜଣ ଭାରତୀୟଙ୍କୁ ଏୟାରଲିଫ୍ଟ କଲା ଭାରତ । ସେମାନଙ୍କୁ ଦିଲ୍ଲୀର ସେନା ହସ୍ପିଟାଲରେ ପରୀକ୍ଷା ନିରିକ୍ଷା କରାଯିବ । ଆଜି ସକାଳୁ ସ୍ୱତନ୍ତ୍ର ବିମାନରେ ଭାରତ ଅଣାଯାଇଛି ।

କୋରନା ଭାଇରସରେ ଶୀକାର ହୋଇ ଚୀନରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ହଜାରରୁ ଅଧିକ ଶୀକାର ହୋଇଛନ୍ତି । ଆଜି ଉଦ୍ଧାର ହୋଇଥିବା ଭାରତୀୟଙ୍କ ମଧ୍ୟରେ ୭ଜଣ ମାଲଦ୍ୱୀପ ନାଗରିକ ଥିବା ଜଣାପଡ଼ିଛି । ସେମାନଙ୍କୁ ମଧ୍ୟ ଦିଲ୍ଲୀର ହସ୍ପିଟାଲରେ ପରୀକ୍ଷା କରାଯିବ । ଶୁକ୍ରବାର ମଧ୍ୟ ଭାରତ ସରକାର ୩୦୦ରୁ ଅଧିକ ଲୋକଙ୍କୁ ଏୟାରଲିଫ୍ଟ କରିଥିଲେ ।

Leave a Reply