ପରାଜୟ ସହି ପାରିଲାନି ଆଫଗାନ ଟିମ, ଭାରତୀୟ ଖେଳାଳୀଙ୍କ ସହ ହାତାହାତି

1 min read

ଭୁବନେଶ୍ବର: କ୍ରିକେଟରେ ଯଦିଓ ଭାରତ ଓ ଆଫଗାନିସ୍ତାନ ଖେଳାଳୀଙ୍କ ମଧ୍ୟରେ ସମ୍ପର୍କ ଭଲ ଅଛି କିନ୍ତୁ ଫୁଟବଲରେ ଏହା ସମ୍ପୂର୍ଣ୍ଣ ଭିନ୍ନ  । ଶନିବାର ଏଏଫସି ଏସିଆ କପ କ୍ବାଲିଫାୟାର୍ସ ୨୦୨୩ ରେ ଆଫଗାନିସ୍ତାନକୁ ଭାରତ ୨-୧ ଗୋଲରେ ହରାଇଛି  । ଆଉ ପରାଜୟ ସହଜରେ ଗ୍ରହଣ କରିପାରିନାହିଁ ଆଫଗାନିସ୍ତାନ  । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି  ।

 

ଭାରତୀୟ ଖେଳାଳୀଙ୍କ ସହ ହାତାହାତି ହୋଇଛନ୍ତି ଆଫଗାନ ଖେଳାଳୀ  । ଟିମ ଇଣ୍ଡିଆର ଗୋଲକିପର ଦୁଇ ଟିମକୁ ଶାନ୍ତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି  । କିନ୍ତୁ ତାଙ୍କୁ ବି ଧକ୍କା ମାରିଛନ୍ତି ଆଫଗାନ ଟିମ  । ଗଣ୍ଡଗୋଳର କାରଣ ଏଯାଏଁ ଜଣାପଡିନାହିଁ  । ଏହି ବିଜୟ ସହ ଭାରତୀୟ ଟିମ ଗ୍ରୁପ ଡି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ନମ୍ବରରେ ପହଞ୍ଚିଛି  ।

ଦୁଇଟି ମ୍ୟାଚ ଖେଳି ଦୁଇଟିରେ ବିଜୟ ହୋଇଛି ଭାରତୀୟ ଟିମ  । ହଂକଂ ତାଲିକାର ପ୍ରଥମ ସ୍ଥାନରେ ରହିଛି  । ଭାରତ ଓ ହଂକଂ ଖାତାରେ ସମାନ ୬ ଅଙ୍କ ଥିବାବେଳେ ଗୋଲ ବ୍ୟବଧାନ ଯୋଗୁଁ ହଂକଂ ଶୀର୍ଷରେ ରହିଛି  ।