କୋଭିଡ୍ ଟିକାକରଣରେ ଜି୭ ରାଷ୍ଟ୍ରକୁ ପଛରେ ପକାଇଲା ଭାରତ

1 min read
India Administered 18 Crore Corona Vaccine Doses In August More Than G7 Countries

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ଲାଗି ଦେଶରେ ବଡ଼ ଧରଣର ଟିକାକରଣ ଜାରି ରହିଛି । କେନ୍ଦ୍ର ସରକାର ରବିବାର ଦେଇଥିବା ତଥ୍ୟ ଅନୁସାରେ ଟିକାକରଣରେ ଭାରତ ଜି୭ ରାଷ୍ଟ୍ରକୁ ପଛରେ ପକାଇଛି । ସରକାର ଦେଇଥିବା ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ୧୮ କୋଟି ଡୋଜ୍ ଟିକାକରଣ ହୋଇଛି । ଜି୭ ରାଷ୍ଟ୍ର ସମୂହର ଟିକାକରଣ ତୁଳନାରେ ଏହା ବେଶ୍ ଅଧିକ ।

ଭାରତ ଅଗଷ୍ଟରେ ୧୮ କୋଟି ଡୋଜ୍ ଟିକାକରଣ କରିଥିବା ବେଳେ ଜି୭ ରାଷ୍ଟ୍ର ସମୂହ ୧୦.୧ କୋଟି ଡୋଜ୍ ଟିକାକରଣ କରିଛନ୍ତି । ତଥ୍ୟ ଅନୁସାରେ ଅଗଷ୍ଟରେ କାନାଡ଼ା ୩୦ ଲକ୍ଷ ଡୋଜ୍ ଟିକାକରଣ କରିଥିବା ବେଳେ ବ୍ରିଟେନ ୫୦ ଲକ୍ଷ, ଇଟାଲୀ ୮୦ ଲକ୍ଷ ଓ ଜର୍ମାନୀ ୯୦ ଲକ୍ଷ ଡୋଜ୍ ଟିକା ଦେଇଛି । ଜି୭ ଦେଶ ମଧ୍ୟରୁ କେବଳ ଜାପାନ, ଆମେରିକା ଓ ଫ୍ରାନ୍ସ ହିଁ ୧୦ କୋଟିରୁ ଅଧିକ ଡୋଜ୍ ଟିକାକରଣ କରିଛନ୍ତି ।

ଦେଶରେ ଜାନୁଆରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଏବେ ଯାଏଁ ୬୮.୭ କୋଟିରୁ ଅଧିକ ଡୋଜ୍ ଟିକାକରଣ ହୋଇ ସାରିଛି । ୧୬ କୋଟି ଲୋକ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇ ସାରିଛନ୍ତି ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner