BJDରେ ଯୋଗଦେଲେ CMCର ସ୍ୱାଧିନ କର୍ପୋରେଟର

କଟକ: ନିର୍ବାଚନରେ ବିଜୟ ପରେ  ବିଜୁ ଜନତା ଦଳରେ ଯୋଗଦେଲେ କର୍ପୋରେଟରେ  । କଟକ ମହାନଗର ନିଗମ ୩୧ ନମ୍ବର ୱାର୍ଡରେ ସ୍ୱାଧୀନ କର୍ପୋରେଟର ପଦ୍ମିନୀ ସାହୁ ବିଜୟୀ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ୱାର୍ଡର ସର୍ବାଙ୍ଗୀନ ଉନ୍ନତିକୁ ପ୍ରାଥମିକତା ଦିଆଯିବ। ସହ ସାହି ମୁରବିଙ୍କୁ ସାଥିରେ ଧରି ୩୧ ନମ୍ବର ୱାର୍ଡର ବିକାଶ ଧାରାକୁ ଆଗକୁ ନେବେ ପଦ୍ମିନୀ। ଦୀର୍ଘ ବର୍ଷ ହେବ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ରହିଥିଲେ ମଧ୍ୟ ଦଳୀୟ ଟିକେଟ ନ ପାଇ ସ୍ୱାଧୀନ ଭାବେ ଲଢ଼ିଥିଲେ  । ସେପଟେ ୧୦୦୦ରୁ ଉର୍ଦ୍ଧ୍ୱ ଭୋଟରେ ବିଜୟ ଲାଭ କରିଥିଲେ । ଏବଂ ଏହାପରେ ସାଥି ସମର୍ଥକଙ୍କ ପରାମର୍ଶ କ୍ରମେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ପଦ୍ମିନୀ ସାହୁ  ।

କଟକ ମହାନଗର ନିଗମ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସୁବାସ ସିଂ ସର୍ବାଧିକ ଭୋଟ ହାସଲ କରିବା ସହ ମେୟର ଭାବେ ନିର୍ବାଚିତ ହୋଇଛନ୍ତି  ।ସେହିପରି ସମୁଦାୟ ୫୯ କର୍ପୋରେଟରଙ୍କ ମଧ୍ୟରୁ ୩୮ଟି ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଲାଭ କରିଥିଲେ  । ବିଜେପି ୭ଟି ୱାର୍ଡରେ ଜିତିଥିବାବେଳେ କଂଗ୍ରେସର ୮ଜଣ କର୍ପୋରେଟର ବିଜୟ ହାସଲ କରିଛନ୍ତି  । କଟକରେ ରାଜ୍ୟର ଅନେକ ସୁପୁତ୍ର ଜନ୍ମ ଲାଭ କରିଛନ୍ତି  । ସ୍ୱାଧିନତା ସଂଗ୍ରାମୀ ଅଗଣିତଚ ଯୁବ ହୃଦୟର ନେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକରେ ଜନ୍ମ ଲାଭ କରିଥିବାବେଳେ ଉତ୍କଳର ବରପୁତ୍ର ବିଜୁ ପଟ୍ଟନାୟକ ମଧ୍ୟ କଟକରେ ଜନ୍ମିତ  । ସେହିପରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମମାଟି ମଧ୍ୟ କଟକର ସତ୍ୟଭାମାପୁର  ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଜନ୍ମମାଟି ମଧ୍ୟ ଓଡିଶାର ଅସ୍ମିତା ସିଲଭର ସିଟି କଟକ  । କଟକ ସହରକୁ ଧବଳ ଟଗର କରିବାକୁ ମୁଖ୍ୟମନ୍ତ୍ରୀ ଦେଖିବାଥିବା ସ୍ୱପ୍ନକୁ ସାକାର କରିବା ନିମନ୍ତେ ସମସ୍ତ ପ୍ରକାର ଚେଷ୍ଟା କରାଯିବ ବୋଲି କହିଛନ୍ତି ମେୟର ସୁବାସ ସିଂ  । ତେବେ ବର୍ତ୍ତମାନ ସରକାର କଟକର ବିକାଶ ନିମନ୍ତେ ଆରମ୍ଭ କରିଥିବା ସମସ୍ତ କାର୍ଯ୍ୟଶୈଳୀ ଏହି ସ୍ୱାଧିନ କର୍ପୋରେଟରଙ୍କୁ ଅବିହିତ କରିଛି  । କଟରେ ଏମ୍ସ ପ୍ଲସ ନିର୍ମାଣ କାର୍ଯ୍ୟ ଜାରି ରହିଛି, ଜ୍ରେନେଜ ସମସ୍ୟାର ସମାଧାନ ନିମନ୍ତେ କାର୍ଯ୍ୟକ୍ରମ ମାନ ଜାରି ରହିଛି  । କଟକ ବିକାଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମମାନ ସ୍ୱାଧିନ କର୍ପୋରେଟର ପଦ୍ମିନୀ ସାହୁଙ୍କୁ ଆକର୍ଷଣ କରିଛି  । ଯେଉଁଥିପାଇଁ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।