ଥାଳିରେ ଟଙ୍କା ଧରି ପହଞ୍ଚିଲେ ସ୍ବାଧୀନ ପ୍ରାର୍ଥୀ, ମାଗି ମାଗି ଅମାନତ ଭରିଲେ

କର୍ଣ୍ଣାଟକ :  ମାଗି ମାଗି ଅମାନତ ଭରିଲେ ପ୍ରାର୍ଥୀ । ନାମାଙ୍କନ ପତ୍ରରେ ପ୍ରାର୍ଥୀମାନେ କୋଟି କୋଟି ଟଙ୍କାର ସମ୍ପତ୍ତି ତାଲିକା ଦେଉଥିବା ବେଳେ କର୍ଣ୍ଣାଟକ ୟାଦଗିର ଆସନ ପାଇଁ ମଇଦାନକୁ ଓହ୍ଲାଇଥିବା ଜଣେ ପ୍ରାର୍ଥୀ ଥଳିରେ ଟଙ୍କା ଆଣିଥିବା ଦେଖି ସରକାରୀ ଅଧିକାରୀ ତାଜୁବ ହୋଇଥିଲେ ।

ସ୍ବାଧୀନ ପ୍ରାର୍ଥୀ ୟଙ୍କପ୍ପା ନାମାଙ୍କନ ବାବଦ ରାଶି ଭରିବା ପାଇଁ ୧୦ହଜାର ଟଙ୍କାର ଆଦାୟ କରିଛନ୍ତି । ୟକପ୍ପା ଗାଁ ଗାଁ ବୁଲି ମତଦାତାଙ୍କଠାରୁ ଟଙ୍କାଏ ଟଙ୍କାଏ ଆଦାୟ କରିଥିଲେ । ଥଳିରେ ୧୦ହଜାର ଟଙ୍କାର କଏନ ନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଟଙ୍କା ଗଣିବାକୁ ଅଧିକାରୀଙ୍କୁ ୨ଘଣ୍ଟା ସମୟ ଲାଗିଥିଲା । ଚଳିତବର୍ଷ ନିର୍ବାଚନରେ ଅମାନତ ରାଶି ପାଇଁ ୧୦ହଜାର ଟଙ୍କା ସ୍ଥିର କରାଯାଇଛି । ବେକରେ ବ୍ୟାନର ଟାଙ୍ଗି ୟଙ୍କପ୍ପା ତହସିଲ ଅଫିସରେ ନାମାଙ୍କର ଭରିଥିଲେ ।