India AI Impact Summit ଅବସରରେ Sarvam AIକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । କମ୍ପାନୀର ନୂଆ ପ୍ଲାଟଫର୍ମ ହେଉଛି Sarvam Edge. ଏହାକୁ ଅନ-ଡିଭାଇସ AI ଭାବେ ଉପସ୍ଥାପିତ କରାଯାଇଛି । ସହଜ ଭାଷାରେ କହିଲେ, ଏହି ଏଆଇ ଆପଣଙ୍କ ମୋବାଇଲ ଓ ଲାପଟପରେ ବିନା ଇଣ୍ଟରନେଟରେ ମଧ୍ୟ ଚାଲିପାରିବ । ଅର୍ଥାତ ପ୍ରତି ପ୍ରଶ୍ନ ବା କମାଣ୍ଡ ପାଇଁ ଡାଟା କ୍ଲାଉଡରେ ପଠାଇବାର ଆବଶ୍ୟକତା ପଡ଼ିବନି । ପ୍ରୋସେସିଂ ଡିଭାଇସ ଭିତରେ ହିଁ ହେବ ।
ଏହି ଆଇଡିଆ ନୂଆ ନୁହେଁ, ମାତ୍ର ଭାରତ ପରି ଦେଶରେ ଏହା ବହୁତ ପ୍ରାକ୍ଟିକାଲ ହୋଇପାରେ । ଏଠାରେ ପ୍ରତି ସ୍ଥାନରେ ସ୍ପିଡ ଓ ସ୍ଥାୟୀ ଇଣ୍ଟରନେଟ ମିଳିନଥାଏ । ଏପରି ସ୍ଥିତିରେ ଅଫଲାଇନ ବା ଲୋ-ଇଣ୍ଟରନେଟରେ ଚାଲୁଥିବା ଏଆଇ ଅଧିକ କାର୍ଯ୍ୟଶୀଳ ପ୍ରମାଣିତ ହୋଇପାରେ । Sarvam AIର ଫୋକସ ଦୈଦିକ ବେସିକ AI କାମ ଉପରେ ରହିଛି । ଯେପରିକି ଭଏସକୁ ଟେକ୍ସଟରେ ପରିବର୍ତ୍ତନ କରିବା, ଟେକ୍ସଟକୁ ଅନ୍ୟ ଭାଷାରେ ଅନୁବାଦ କରିବା ଓ କିଛି ଲିମିଟେଡ AI ଆସିଷ୍ଟାଣ୍ଟ ଟାସ୍କ । କମ୍ପାନୀ ଭାରତୀୟ ଭାଷା ଉପରେ ଅଧିକ କାମ କରୁଛି । ଏଥିପାଇଁ ଏହାର ଉପଯୋଗ ସେହି ୟୁଜର୍ସଙ୍କ ପାଇଁ ଅଧିକ ଫାଇଦାଯୁକ୍ତ ହେବ, ଯେଉଁମାନେ ହିନ୍ଦି ବା ଅନ୍ୟ ସ୍ଥାନୀୟ ଭାଷାରେ କାମ କରୁଛନ୍ତି । Sarvam AIର ଟିମ ଏହା କହୁଛନ୍ତି ଯେ, ତାଙ୍କର କିଛି ମଡେଲ ଭାରତ ସହ ଜଡ଼ିତ ଟାସ୍କରେ Gemini ଓ ChatGPT ଠାରୁ ଭଲ ରେଜଲ୍ଟ ଦେଉଛି । ଏହି ଦାବି ଜନରଲ ଏଆଇ ଉପରେ ନୁହେଁ । କମ୍ପାନୀ ଖାସ ଟାସ୍କର କଥା କହୁଛି, ଯେପରିକି ଇଣ୍ଡିଆନ ଲାଙ୍ଗୁଏଜ ଟେକ୍ସଟ ପଢ଼ିବା । Sarvamର ଏହି ଦାବି କିଛି ଲିମିଟେଡ ବେଞ୍ଚମାର୍କ ଓ ତାର ନିଜର ଟେଷ୍ଟ ଉପରେ ଆଧାରିତ । ଏହା କୁହାଯାଇ ପାରିବ ନାହିଁ ଯେ, Sarvam ପ୍ରତି ମାମଲାରେ Gemini ବା ChatGPT ଠାରୁ ଭଲ ।

