ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ, ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ୱେଷ୍ଟଇଣ୍ଡିଜ

1 min read

ନୂଆଦିଲ୍ଲୀ: ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ ବାରବାଡୋସର କେନ୍ସିଙ୍ଗଟନ ଓଭଲ ଷ୍ଟାଡିୟମରେ ଖେଳାଯାଉଛି । ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ସେହିପରି ଆହ୍ୱାନକ୍ରମେ ଭାରତ ବ୍ୟାଟିଂ କରୁଛି । ଭାରତ ପକ୍ଷରୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ୟମ୍ୟାନ୍ ଇଶାନ କିଶନ ଏବଂ ଶୁବମନ ଗିଲ୍ ବ୍ୟାଟିଂ କରୁଛନ୍ତି । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି । ରୋହିତଙ୍କ ବ୍ୟତୀତ ବିରାଟ କୋହଲି ମଧ୍ୟ ଆଜିର ମ୍ୟାଚ୍ ଖେଳୁନାହାନ୍ତି ।

ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ରେ ଆଗୁଆ ରହିଛି । ଭାରତ ପ୍ରଥମ ଦିନିକିଆରେ ଘରୋଇ ୱେଷ୍ଟଇଣ୍ଡିଜକୁ ୫ୱିକେଟରେ ପରାଜିତ କରିଥିଲା । ଆଜିର ମ୍ୟାଚ୍ ଜିତି ଭାରତ ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଆୟୋଜକ ୱେଷ୍ଟଇଣ୍ଡିଜ୍ ଆଜିର ମୁକାବିଲା ଜିତିବା ପାଇଁ ପ୍ରାଣ ପଣେ ଚେଷ୍ଟା କରିବ । କାରଣ ଆଜିର ମ୍ୟାଚ୍ ଜିତିଲେ ସିରିଜ୍ ଜିତିବା ପାଇଁ ତା ପାଖରେ ସୁଯୋଗ ରହିବ । ପ୍ରଥମ ଦିନିକିଆ ମଧ୍ୟ କେସିଙ୍ଗଟନ ଓଭଲରେ ଖେଳାଯାଇଥିଲା । ୱେଷ୍ଟଇଣ୍ଡିଜ୍ ୨୩ ଓଭରରେ ୧୧୪ ରନରେ ସୀମିତ ରହିଥିଲା । ଭାରତ ୨୨.୫ ଓଭରରେ ୫ ୱିକେଟରେ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା ।

ୱେଷ୍ଟଇଣ୍ଡିଜ ଦଳ: ବ୍ରାଣ୍ଡନ କିଙ୍ଗ, କେଲ୍ ମେୟର୍ସ, ଅଲିକ ଅଥାନଜେ, ସାଇ ହୋପ୍ (ଅଧିନାୟକ ଏବଂ ୱିକେଟକିପର୍), ଶିମରନ ହେଟମେୟର, କେସି କାର୍ଟି, ରୋମାରିଓ ସେଫର୍ଡ, ୟାନିକ କାରିହା, ଅଲଜାରୀ ଜୋସେଫ, ଗୁଡକେଶ ମୋତି, ଜେଡେନ ସିଲସ ।

ଭାରତୀୟ ଦଳ: ଶୁବମନ ଗିଲ୍, ଇଶାନ କିଶନ (ୱିକେଟକିପର), ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶ୍ରାଦ୍ଧୁଲ ଠାକୁର, କୁଲଦୀପ ଯାଦବ, ଉମ୍ରାନ ମଲିକ, ମୁକେଶ କୁମାର ।