୧୦ ବର୍ଷ ହେବ ଦକ୍ଷିଣ ଆଫ୍ରିକାରେ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି ନାହାନ୍ତି ହିଟମ୍ୟାନ୍

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛି ଭାରତ । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି ଟିମ ଇଣ୍ଡିଆ । ପ୍ରଥମରୁ ଭାରତର ୩ଟି ଓ୍ବିକେଟର ପତନ ଘଟିଥିବାବେଳେ ଅଧିନାୟକ ରୋହିତ ଶର୍ମା ମଧ୍ୟ ଦୁଇ ଅଙ୍କ ଛୁଇଁପାରିନାହାନ୍ତି । ମାତ୍ର ୫ ରନ କରି ରୋହିତ ଆଉଟ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକାରେ ତାଙ୍କର ଏହା ଏକ ଖରାପ ରେକର୍ଡ । ୧୦ ବର୍ଷ ହେବ ଦକ୍ଷିଣଆଫ୍ରିକାରେ ଗୋଟିଏ ମଧ୍ୟ ଅର୍ଦ୍ଧଶତକୀୟ ପାଳି ଟେଷ୍ଟରେ କରିବାରେ ସକ୍ଷମ ହୋଇନାହାନ୍ତି ରୋହିତ ଶର୍ମା । ୨୦୧୩ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ଖେଳିଥିବାବେଳେ ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରିନାହାନ୍ତି । ଯଦି ୧୦ ବର୍ଷ ମଧ୍ୟରେ ଦକ୍ଷିଣଆଫ୍ରିକାରେ ରୋହିତଙ୍କ ରେକର୍ଡ ଉପରେ ନଜର ପକାଇବା ତାହେଲେ ସେ ୯ଟି ପାଳିରେ ୧୨୮ ରନ କରିଛନ୍ତି । ଏହି ୯ ପାଳିରେ ୪୭ ରନ ସର୍ବାଧିକ ରହିଛି । ଅନ୍ୟ ପାଳି ଗୁଡ଼ିକ ଦେଖିଲେ ୧୪,୦୬,୦,୨୫,୧୧,୧୦,୪୭ ଏବଂ ୫ ।