spot_img

Latest Posts

ବାରବାଟୀ ଟି-୨୦: ଦକ୍ଷିଣ ଆଫ୍ରିକା ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ, ହାର୍ଦ୍ଦିକଙ୍କ ଅର୍ଦ୍ଧଶତକ

ବାରବାଟୀ ଟି-୨୦: ଦକ୍ଷିଣ ଆଫ୍ରିକା ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ, ହାର୍ଦ୍ଦିକଙ୍କ ଅର୍ଦ୍ଧଶତକ

ନନ୍ଦିଘୋଷ ବ୍ୟୁରୋ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୬ ଓ୍ବିକେଟ ବିନିମୟରେ ୧୭୫ ରନ୍ କରିଛି । ୧୭୬ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଦକ୍ଷିଣ ଆଫ୍ରିକା । ଭାରତ ପକ୍ଷରୁ ଅଲରାଉଣ୍ଡର ଆର୍ଦ୍ଦିକ ପାଣ୍ଡ୍ୟା ୨୮ ବଲର ସମ୍ମୁଖିନ ହୋଇ ୬ ଚୌକା ଓ ୪ ଛକା ସହାୟତାରେ ୫୯ ରନ୍ କରିଛନ୍ତି । ତେବେ ଅନ୍ୟ କୌଣସି ଭାରତୀୟ ବ୍ୟାଟରଙ୍କ ବ୍ୟାଟରୁ ଭଲ ରନ୍ ଦେଖିବାକୁ ମିଳିନାହିଁ ।

ଦକ୍ଷିଣ ଆଫ୍ରିକା ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଅଭିଶେକ ଶର୍ମା ଏବଂ ଶୁବମନ ଗିଲ ଓପନ କରିବାକୁ ଆସିଥିଲେ । ବିଲ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ । ଏହାପରେ ଫିଲ୍ଡକୁ ଆସିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ବି ଚାଲି ନଥିଲା । ୧୧ ବଲରୁ ଗୋଟିଏ ଲେଖାଏଁ ଚୌକା ଓ ଛକା ସହାୟତାରେ ୧୨ ରନ କରିଥିଲେ । ଅଭିଶେକ ଦୁଇ ଚୌକା ଗୋଟିଏ ଛକା ବଳରେ ୧୭ ରନ୍ କରିଥିଲେ । ତେବେ ତିଲକ ବର୍ମା ୨୬, ଅକ୍ଷର ପଟେଲ ୨୩ ରନ୍ କରିଥିବା ବେଳେ ଶୁଭମ ଦୁବେ ୧୧ ଏବଂ ଜିତେଶ ଶର୍ମା ୧୦ ରନ୍ କରିଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଗିଡ ୩ଟି ଓ୍ବିକେଟ ନେଇଥିବା ବେଳେ ଲୁଥୋ ସିପାମଲା ଦୁଇଟି ଓ ଡୋନୋଭାନ ଫେରେରା ଗୋଟିଏ ଓ୍ବିକେଟ ନେଇଥିଲେ ।

Latest Posts

Don't Miss