spot_img

Latest Posts

କ୍ରିକେଟ ଜଗତର ସବୁଠାରୁ ହାଇଭୋଲଟେଜ୍ ମ୍ୟାଚ। ଭାରତ ବନାମ ପାକିସ୍ତାନ।

ନନ୍ଦିଘୋଷ ବ୍ୟୁରୋ : କ୍ରିକେଟ ଜଗତର ସବୁଠାରୁ ହାଇଭୋଲଟେଜ୍ ମ୍ୟାଚ। ଭାରତ ବନାମ ପାକିସ୍ତାନ। ଆଜି ଦୁବାଇ ଦେଖିବ ଏହି ରୋମାଞ୍ଚକର ଲଢ଼େଇ। ରାତି ୮ଟାରେ ଆରମ୍ଭ ହେବ ମ୍ୟାଚ। କେମିତି ପାକିସ୍ତାନକୁ ମାତ୍ ଦେବ ଭାରତ, ସେହି ରଣନୀତିକୁ ନେଇ ସବୁଠି ଚର୍ଚ୍ଚା। ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଜିତିଥିଲେ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ଭାରତ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ସୁପର୍ ଓଭର ଯାଏ କଥା ଯାଇଥିଲା। ୨୦୨ ରନର ସ୍କୋରକୁ ଡିଫେଣ୍ଡ କରିବା ହୋଇଥିଲା ମୁସ୍କିଲ। ଫାଇନାଲରେ ଜିତିବା ପାଇଁ ବୋଲିଂର ଦୁର୍ବଳତା ସହିତ ଫିଲଡିଂକୁ ମଧ୍ୟ ସୁଧାରିବାକୁ ପଡ଼ିବ। କାରଣ ଟୁର୍ଣ୍ଣାମେଣ୍ଟରେ ଦଳର ଫିଲଡିଂ ବିଶେଷ କରି କ୍ୟାଚିଂ ନିରାଶାଜନକ ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ବ୍ୟାଟିଂରେ କମାଲ ଦେଖାଇଛନ୍ତି ଅଭିଷେକ ଶର୍ମା। ଫାଇନାଲ ଜିତିବା ପାଇଁ ତାଙ୍କଠାରୁ ଧମାକା ଆଶା କରୁଛି ଟିମ୍। ଟୁର୍ଣ୍ଣାମେଣ୍ଟରେ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ଆଶାନୁରୁପ ପ୍ରଦର୍ଶନ କରିପାରି ନାହାନ୍ତି। ଆଶା କରାଯାଉଛି ସେ କ୍ଲିକ୍ କରିବେ। ଦରକାର ପଡ଼ିଲେ ମିଡିଲ ଅର୍ଡର କଡ଼ା ପରୀକ୍ଷାର ସମ୍ମୁଖୀନ ହୋଇପାରନ୍ତି। ସେପଟେ ପାକିସ୍ତାନ ବି ଘାଇଲା ବାଘ ପରି ପ୍ରତିଶୋଧ ଅପେକ୍ଷାରେ। ବୋଲିଂରେ ସାହିନ ଆଫ୍ରିଦି ଓ ହାରିସ୍ ରୌଫଙ୍କ କାନ୍ଧରେ ବଡ଼ ଦାୟିତ୍ଵ। ଉଭୟଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରୁଛି। ଫାଇନାଲରେ ଭାରତକୁ ଚ୍ୟାଲେଞ୍ଜ ଦେବାକୁ ହେଲେ ପାକିସ୍ତାନର ବ୍ୟାଟରଙ୍କୁ ବି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ, ଯାହା କି ଏତେ ସହଜ ନୁହେଁ।

Latest Posts

Don't Miss