ପ୍ରଥମ ଟେଷ୍ଟରେ ମୁହାଁମହିଁ ହେଲେ ଗୋଟିଏ ସହରର ବ୍ୟାଟ୍ସମ୍ୟାନ ଓ ବୋଲର

1 min read

କାନପୁର: ଆଜିଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ଦୁଇ ଟିକିଆ ଟେଷ୍ଟ ମ୍ୟାଚର ପ୍ରଥମ ମ୍ୟାଚ ଆଜି କାନପୁରରେ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଡେବ୍ୟୁ କରିଛନ୍ତି ଶ୍ରେୟସ ଆୟର । ତେବେ ପ୍ରଥମ ଟେଷ୍ଟରେ ଏକ ବିରଳ ସଂଯୋଗ ଦେଖିବାକୁ ମିଳିଥିଲା । ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ମୁହାଁମୁହିଁ ହୋଇଥିଲେ ଗୋଟିଏ ସହରର ବ୍ୟାଟ୍ସମ୍ୟାନ ଓ ବୋଲର । ଯାହାକି ଅନ୍ତର୍ଜାତୀୟ କ୍ରିକେଟରେ ବହୁତ କମ୍ ଥର ଦେଖାଯାଏ ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ସ୍ପିନ ବୋଲର ଅଜାଜ୍ ପଟେଲ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି । ଯିଏ ଭାରତର ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଭାରତୀୟ ଦଳରେ ଡେବ୍ୟୁ କରିଥିବା ଶ୍ରେୟସ ଆୟର ବି ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମ ଟେଷ୍ଟ କାନପୁରରେ ଖେଳାଯିବା ପରେ ଦ୍ବିତୀୟ ଟେଷ୍ଟ ମୁମ୍ବାଇରେ ଖେଳାଯିବା । ଯାହା ଉଭୟ ଶ୍ରେୟସ ଆୟର ଓ ଅଜାଜ ପଟେଲଙ୍କ ଜନ୍ମସ୍ଥାନ । ତେବେ ଆଜିର ମ୍ୟାଚରେ ଆୟର ବ୍ୟାଟିଂ କରୁଥିବା ସମୟରେ ବୋଲିଂ କରିବାକୁ ଆସିଥିଲେ ଅଜାଜ ପଟେଲ । ଏହି ସମୟରେ ସାମ୍ନାସାମ୍ନି ହୋଇଥିଲେ ଗୋଟିଏ ସହରର ବ୍ୟାଟ୍ସମ୍ୟାନ ଓ ବୋଲର ।

ବାମହାତୀ ସ୍ପିନର ଅଜାଜ ପଟେଲ ୨୧ ଅକ୍ଟୋବର ୧୯୮୮ରେ ମୁମ୍ବାଇରରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଅଜାଜ ପଟେଲଙ୍କୁ ୮ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପରିବାର ନ୍ୟୁଜିଳାଣ୍ଡ ସିପ୍ଟ ହୋଇଯାଇଥିଲେ । ଭାରତ ଗସ୍ତରେ ଆସିଥିବା ଅଜାଜ କହିଥିଲେ କି ମୁଁ ଏମିତି ଏକ ସ୍ଥାନରେ ରହିଛି ଯେଉଁ ସ୍ଥାନକୁ ପୂର୍ବରୁ କେବେ ଆସିନଥିଲି । ଭାରତ ଏକ ଶାନଦାର ଦେଶ ବୋଲି କହିଥିଲେ ଅଜାଜ ପଟେଲ । ସେହିପରି ଭାବରେ ୨୬ ବର୍ଷିୟ ଶ୍ରେୟସ ଆୟରଙ୍କ ଜନ୍ମ ୬ ଡିସେମ୍ବର ୧୯୯୪ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ । ଆୟର ଭାରତ ପାଇଁ ନଭେମ୍ବର ୨୦୧୭ରେ ଡେବ୍ୟୁ କରିଥିଲେ । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ହିଁ ଦିଲ୍ଲୀରେ ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ । ଏହାର ୪ ବର୍ଷ ପରେ ଆଜି ସେହି ନ୍ୟୁଜିଲାଣ୍ଡ ବିପକ୍ଷରେ ହିଁ କାନପୁରରେ ଟେଷ୍ଟ ଡେବ୍ୟୁ କରିଛନ୍ତି ଶ୍ରେୟସ ଆୟର । ସେହିପରି ଭାବରେ ଆଜି ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ବ କରୁଥିବା ଆଜିଙ୍କେ ରାହାଣେଙ୍କ ଜନ୍ମସ୍ଥାନ ମଧ୍ୟ ମୁମ୍ବାଇରେ ।

 

Leave a Reply