spot_img

Latest Posts

ଚେନ୍ନାଇରେ ଇଂରେଜଙ୍କୁ ଭାରତର କଡ଼ା ଜବାବ, ୮୯ ବର୍ଷ ମଧ୍ୟରେ ଏହା ହେଉଛି ଇଂଲଣ୍ଡ ଠାରୁ ଭାରତର ସବୁଠାରୁ ବଡ଼ ବିଜୟ

ଚେନ୍ନାଇ ଟେଷ୍ଟ ମ୍ୟାଚରେ ଭାରତ ଏକ ଜବରଦସ୍ତ ବିଜୟ ହାସଲ କରିଛି। ଏମ୍‌ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତ ଏହି ମ୍ୟାଚକୁ ହାତେଇ ନେଇଚି। ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ମଙ୍ଗଳବାର ଦିନ ଇଂଲଣ୍ଡକୁ ୩୧୭ ରନରେ ପରାସ୍ତ କରି ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୧ ରେ‌ ଟାଏ କରିଛି ଭାରତ।

ଏହି ଟେଷ୍ଟ ଜିତିବା ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ରେ ନିଜ ସ୍ଥାନକୁ ବଜାୟ ରଖିଛି। ଲେଗ-ସ୍ପିନର ଅକ୍ଷର ପଟେଲ ଏବଂ ଅଫ୍ ସ୍ପିନରଙ୍କ ଅଶ୍ୱିନୀଙ୍କ ଚମତ୍କାର ବୋଲିଂ ଯୋଗୁଁ ଏଭଳି ସଫଳତା ହାସଲ କରିଛି ଭାରତ।

ଭାରତ ଇଂଲଣ୍ଡକୁ ୪୮୨ ରନ୍‌ର ଟାର୍ଗେଟ ଦେଇଥିଲା । ଏହାର ପରେ ଇଂଲଣ୍ଡ ୧୬୪ ରନ୍ ସ୍କୋର କରି ଆଉଟ୍ ହୋଇଯାଇଥିଲା। ଭାରତ ପାଇଁ ଅକ୍ଷର ଏବଂ ଅଶ୍ୱିନଙ୍କ ବ୍ୟତୀତ ଚାଇନାମେନ ବୋଲର କୁଲଦୀପ ଯାଦବ ୨୫ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ।

ଇଂଲଣ୍ଡ ପାଇଁ ଦ୍ୱିତୀୟ ଇନିଂସରେ ମୋଇନ୍ ଅଲି ୧୮ ଟି ବଲରେ ତିନି ଚୌକା ଓ ପାଞ୍ଚ ଛକା ସହାୟତାରେ ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିଲେ। ସେହିପରି ଅଧିନାୟକ ଜୋ ରୁଟ୍ ୯୨ଟି ବଲ୍‌ରେ ୩ଟି ଚୌକା ସହ ୩୩ ରନ୍‌, ଡାନିଏଲ୍ ଲରେନ୍ସ ୨୬, ରୋରୀ ବର୍ନସ୍ ୨୫ ଏବଂ ଅଲି ପୋପ୍ ୧୨ ରନ୍ ସଂଗ୍ରହ କରିଥିଲେ। ଏହାପୂର୍ବରୁ ସମାନ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାସ୍ତ କରିଥିଲା। ଦୁଇ ଦଳ ମଧ୍ୟରେ ସିରିଜର ତୃତୀୟ ମ୍ୟାଚ୍ ୨୪ ଫେବୃଆରୀରୁ ଅହମ୍ମଦାବାଦରେ ଖେଳାଯିବ।

Latest Posts

Don't Miss