India vs England 5th T20: ଶେଷ ମ୍ୟାଚ୍ ଯିଏ ଜିତବ ସିରିଜ୍ ତାର

1 min read

ଅହମଦାବାଦ:  ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପଞ୍ଚମ ଟି- ଟ୍ୱେଣ୍ଟି। ସିରିଜ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ଉଭୟ ଦଳ। ୫ ଟିକିଆ ସିରିଜରେ ୨ଟି ଲେଖାଏ ମ୍ୟାଚ୍ ଜିତି ସମାନ ସ୍ଥିତିରେ ଅଛନ୍ତି ଉଭୟ ଦଳ। ଆଜିର ମ୍ୟାଚରେ ବାଜିମାତ୍ କରିବା ଦଳ ପିନ୍ଧିବ ସିରିଜ୍ ତାଜ୍।

ଚତୁର୍ଥ ମ୍ୟାଚରେ ଦମଦାର ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂକରି ସୂର୍ଯ୍ୟକୁମାର ଯାଦବଙ୍କ ୫୭ ରନ୍ ବଳରେ ଇଂଲଣ୍ଡକୁ ୧୮୬ ରନର ଟାର୍ଗଟେ ଦେଇଥିଲା ଭାରତ । ଓପନର ରୋହିତ ଶର୍ମା ୧୨ ରନ୍ କରି ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ୧୪ ରନ୍ କରି ଆଉଟ ହୋଇଥିଲେ । କ୍ୟାପଟେନ୍ କୋହଲି ମାତ୍ର ୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେହିଭଳି ରିସଭ ପନ୍ଥ ୩୦ ରନ୍, ଶ୍ରେୟସ ଆୟାର ୩୭ ରନ୍, ହାର୍ଦିକ ପାଣ୍ଡ୍ୟା ୧୧ ରନ୍ କରି ଆଉଟ ହୋଇଥିଲେ।

ମ୍ୟାଚର ଶେଷ ଓଭର ଥିଲା ବେଶ୍ ରୋମାଞ୍ଚକର। ଶେଷ ୬ ବଲରେ ଭ୍ରମଣକାରୀ ଦଳ ଜିତିବା ଲାଗି ୨୩ ରନ୍ ଆବଶ୍ୟକ କରୁଥିଲା। କିନ୍ତୁ ଦଳ ମାତ୍ର ୧୪ ରନ୍ କରିବାରେ ସକ୍ଷମ ହୋଇଥିଲା। ଏହି ବିଜୟ ସହ ଭାରତ ସିରିଜକୁ ୨-୨ ବରାବର ସ୍ଥିତିକୁ ଆଣିଛି । ତେବେ ଆଜିର ମ୍ୟାଚ ନିର୍ଦ୍ଧାରଣ କରିବ କାହାର ହେବ ସିରିଜ୍।

Leave a Reply