ରବି ଶାସ୍ତ୍ରୀଙ୍କୁ କରୋନା, ଆଇସୋଲେସନରେ ବୋଲିଂ କୋଚ୍

1 min read
Ind Vs Eng Ravi Shastri Tests Covid Positive 4 Members Of Team India In Isolation

ଲଣ୍ଡନ: ୫ ଟିକିଆ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳକୁ ବଡ଼ ଝଟକା ଲାଗିଛି । ତିନୋଟି ଟେଷ୍ଟ ମ୍ୟାଚ୍ ସରିଥିବା ବେଳେ ଚତୁର୍ଥ ଟେଷ୍ଟ ଲଣ୍ଡନର ଓଭାଲରେ ଖେଳାଯାଉଛି । ଆଜି ଚତୁର୍ଥ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ । ଏହାରି ଭିତରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେ ଆଇସୋଲେସନରେ ଅଛନ୍ତି ।

ଶାସ୍ତ୍ରୀଙ୍କ ବାଦ୍ ବୋଲିଂ କୋଚ୍ ଭରତ ଅରୁଣ ଓ ସର୍ପୋଟ ଷ୍ଟାଫର ୨ ଜଣ ସଦସ୍ୟ ମଧ୍ୟ ଆଇସୋଲେସନରେ ଅଛନ୍ତି । ବିସିସିଆଇ ଏନେଇ ରବିବାର ସୂଚନା ଦେଇଛି । ବିସିସିଆଇ ମେଡିକାଲ୍ ଟିମ୍ ରବି ଶାସ୍ତ୍ରୀ, ଭରଣ ଅରୁଣ, ଆର୍. ଶ୍ରୀଧର ଓ ନୀତିନ ପଟେଲଙ୍କୁ ଆଇସୋଲେସନରେ ରଖିଛି । ଗତ ସନ୍ଧ୍ୟାରେ ଫ୍ଲୋ ଟେଷ୍ଟରେ ଶାସ୍ତ୍ରୀଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଥିଲା । ସମସ୍ତଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିବା ବେଳେ ଏମାନେ ହୋଟେଲରେ ରହିବେ । ମେଡିକାଲ ଟିମର ବିନା ଅନୁମତିରେ ଦଳ ସହ ଯାଇପାରିବେ ନାହିଁ ।

ଦଳର ଅନ୍ୟ ସଦସ୍ୟଙ୍କର ମଧ୍ୟ ଫ୍ଲୋ ଟେଷ୍ଟ କରାଯାଇଥିବା ବିସିସିଆଇ କହିଛି । ଟିମ ସଦସ୍ୟଙ୍କ ୨ଟି ଫ୍ଲୋ ଟେଷ୍ଟ ହୋଇଛି । ଗୋଟିଏ ଗତରାତିରେ ହୋଇଥିବା ବେଳେ ଆଜି ସକାଳେ ଆଉ ଗୋଟିଏ ହୋଇଛି । ରିପୋର୍ଟ ନେଗେଟିଭ୍ ଆସିଥିବା ଖେଳାଳିଙ୍କୁ ଓଭାଲରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନ ଖେଳ ଖେଳିବାକୁ ଅନୁମତି ଦିଆଯାଇଛି ।

Leave a Reply