ଭାରତର ଐତିହାସିକ ବିଜୟ ପରେ ଖେଳାଳିଙ୍କୁ ୫ କୋଟି ଟଙ୍କାର ବୋନସ୍ ଘୋଷଣା

1 min read

ନୂଆଦିଲ୍ଲୀ: ବିଦେଶ ମାଟିରେ ଟିମ୍ ଇଣ୍ଡିଆର ବିଜୟ ପରେ ଖେଳାଳିଙ୍କୁ ୫ କୋଟି ଟଙ୍କାର ବୋନସ୍ ଦିଆଯିବ । ଏନେଇ ଘୋଷଣା କରିଛନ୍ତି ବିସିସିଆଇ ସେକ୍ରେଟାରୀ ଜୟ ଶାହା ।

ବ୍ରିସବେନର ଗାବାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ତିନି ୱିକେଟରେ ପରାସ୍ତ କରିଥିଲା। ଟିମ୍ ସିରିଜ୍ ଜିତିବା ପରେ ବିସିସିଆଇ ଖେଳାଳି ମାନଙ୍କ ଲାଗି ବୋନସ୍ ଘୋଷଣା କରିଛି ।

ଏହି ମ୍ୟାଚରେ ବିଜୟ ହାସଲ କରିବା ସହିତ ଟିମ୍ ଇଣ୍ଡିଆ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି।

ଉଲ୍ଲେଖଯୋଗ୍ୟ, ଋଷଭ ପନ୍ଥଙ୍କ ଦମଦାର୍ ପ୍ରଦର୍ଶନ ବଳରେ ଭାରତ ଆଜି ଏହି ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆକୁ ନିଜ ମାଟିରେ ଧୂଳି ଚଟାଇ ଟିମ୍ ଇଣ୍ଡିଆ ସିରିଜ ହାତେଇଛି।  ଋଷଭ ପନ୍ଥଙ୍କ  ୮୯ ରନର ବିସ୍ଫୋରକ ଇନିଂସ ବଳରେ ଟିମ୍ ଇଣ୍ଡିଆ ୩୨୮ ରନ୍‌ର ଟାର୍ଗେଟକୁ ପୂରା କରିଛି।

ଏଥିସହିତ ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷ ବିଜୟ ରେକର୍ଡ଼କୁ ଭାଙ୍ଗିବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ। ଗତ ୩୩ ବର୍ଷ ଧରି ଅଷ୍ଟ୍ରେଲିଆ ଗାବା ଗ୍ରାଉଣ୍ଡରେ ଗୋଟିଏ ମଧ୍ୟ ଟେଷ୍ଟ୍ ମ୍ୟାଚ୍ ହାରି ନଥିଲା ।

Leave a Reply