spot_img

Latest Posts

ଇତିହାସ ରଚିଲା ଭାରତ: ଗାବା ଦୁର୍ଗର ପତନ, ୩୩ ବର୍ଷ ପରେ ହାରିଲା ଅଷ୍ଟ୍ରେଲିଆ

ବ୍ରିସବେନ୍: ଇତିହାସ ରଚିଲା ଭାରତ। ଚତୁର୍ଥ ତଥା ବ୍ରିସ୍‌ବେନ୍ ଟେଷ୍ଟର ପଞ୍ଚମ ଦିନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି  ୩ ୱିକେଟ ସହ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଋଷଭ ପନ୍ଥଙ୍କ ଦମଦାର୍ ପ୍ରଦର୍ଶନ ବଳରେ ଭାରତ ଏହି ବିଜୟ ହାସଲ କରିଛି । କଙ୍ଗାରୁଙ୍କୁ ତାଙ୍କ ନିଜ ମାଟିରେ ଧୂଳି ଚଟାଇ ୨-୧ରେ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ।  ଋଷଭ ପନ୍ଥଙ୍କ  ୮୯ ରନର ବିସ୍ଫୋରକ ଇନିଂସ ବଳରେ ଟିମ୍ ଇଣ୍ଡିଆ ୩୨୮ରନ୍‌ର ଟାର୍ଗେଟକୁ ପୂରା କରିଛି। ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷ ବିଜୟ ରେକର୍ଡ଼କୁ ଭାଙ୍ଗିବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ। ଗତ ୩୩ ବର୍ଷ ଧରି ଅଷ୍ଟ୍ରେଲିଆ ଗାବା ଗ୍ରାଉଣ୍ଡରେ ଗୋଟିଏ ମଧ୍ୟ ଟେଷ୍ଟ୍ ମ୍ୟାଚ୍ ହାରି ନଥିଲା ।

ଅନ୍ୟପଟେ ଶୁଭମନ ଗିଲ୍ ଚମତ୍କାର ପ୍ରଦର୍ଶନ ସହ ୯୧ ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ। କିନ୍ତୁ ରୋହିତ ଶର୍ମାଙ୍କଠାରୁ ଯାହା ଆଶା କରାଯାଉଥିଲା, ତାହା ହେଲା ନାହିଁ। ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ଆଜି ସେ ଆଉ ୩ ରନ୍ କରିବାକୁ ସମର୍ଥ ହୋଇଥିଲେ। ଏଥିବ୍ୟତୀତ କ୍ୟାପ୍ଟେନ ଅଜିଙ୍କ୍ୟା ରାହାଣେ ୨୪, ଚେତେଶ୍ୱର ପୂଜାରା ୫୬, ମୟଙ୍କ ଅଗ୍ରୱାଲ୍ ୯ ରନ୍, ୱାଶିଂଟନ୍ ସୁନ୍ଦର ୨୯, ଶାର୍ଦୁଳ ଠାକୁର ୨ ରନ୍ କରି ଆଉଟ ହୋଇଥିଲେ। ପ୍ୟାଟ୍ କମିନ୍ସ ୫ଟି ୱିକେ୍ଟ୍ ନେଇଥିବାବେଳେ ନାଥନ ଲିଓନ୍ ୨ଟି ୱିକେଟ ହାସଲ କରିଛନ୍ତି।

Latest Posts

Don't Miss