spot_img

Latest Posts

ଭାରତ-ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ୍: ୨୯୬ ରନ୍‌ରେ ନ୍ୟୁଜିଲ୍ୟାଣ୍ଡ ଅଲ୍‌ଆଉଟ, ୬୩ରନ୍‌ରେ ଭାରତ ଆଗୁଆ

କାନପୁର: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିବସରେ ଜବରଦସ୍ତ କମ ବ୍ୟାକ୍ କରିଛି ଭାରତୀୟ ଦଳ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ଦଳ କୌଣସି ଓ୍ୱିକେଟ ହରାଇନଥିବା ବେଳେ ବିନା କୌଣସି ଓ୍ୱିକେଟ ହରାଇ ୧୨୯ ରନ୍ କରିବାରେ ସକ୍ଷମ ହୋଇଥିଲା । ତେବେ ତୃତୀୟ ଦିନ ଖେଳ ଆରମ୍ଭ ପରେ ଅଶ୍ୱିନୀ ଆକ୍ସନକୁ ଫେରିଥିଲେ । ନ୍ୟୁଜିଲ୍ୟାଣ୍ଡ ଓପନର ଓ୍ୱିଲ୍ ୟଙ୍ଗଙ୍କୁ ୮୯ରନ୍ ବ୍ୟକ୍ତିଗତ ସ୍କୋରରେ ଆଉଟ କରିବା ପରେ ଭାରତୀୟ ଦଳ ମ୍ୟାଚ୍‌କୁ ଫେରିଥିଲା । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ଦଳ ସମସ୍ତ ଓ୍ୱିକେଟ ହରାଇ ୨୯୬ ରନ୍ କରିଥିବା ବେଳେ  ଭାରତୀୟ ଟିମ୍ ତା’ର ଦ୍ୱିତୀୟ ଇନିଂସରେ ଗୋଟିଏ ଓ୍ୱିକେଟ ହରାଇ ୧୪ ରନ୍ କରିଛି ।

ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦମଦାର ଆରମ୍ଭ କରିଥିଲା । ତଥାପି ୨୯୬ ରନ୍ କରି ଅଲଆଉଟ ହୋଇଯାଇଛି ଦଳ । ଫଳରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ୪୯ ରନର ଲିଡ୍ ମିଳିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବୋଲରଙ୍କୁ ୪ଟି ୱିକେଟ ମିଳିଥିବା ବେଳେ ଦ୍ୱିତୀୟ ଦିନରେ ୬ ଜଣ ବ୍ୟାଟସମ୍ୟାନ ଆଉଟ ହୋଇଥିଲେ। ତେବେ ତୃତୀୟ ଦିନରେ ୧୧ଟି ୱିକେଟର ପତନ ଘଟିବା ଭାରତୀୟ ସ୍ପିନରଙ୍କୁ ବେଶ ଉତ୍ସାହିତ କରିଛି ।

ନ୍ୟୁଜିଲ୍ୟାଣ୍ଡ ୫ମ ଦିନରେ ବ୍ୟାଟିଂ କରିବାକୁ ଥିବାରୁ ଭାରତୀୟ ସ୍ପିନରମାନେ କ୍ୱିୱି ବ୍ୟାଟସମ୍ୟାନଙ୍କୁ ଘାଇଲା କରିବେ ବୋଲି ଆଶା କରାଯାଉଛି। ଆଜି ନ୍ୟୁଜିଲ୍ୟାଣ୍ଡର ୧୦ ଜଣ ବ୍ୟାଟସମ୍ୟାନଙ୍କ ୱିକେଟ ଯାଇଥିବା ବେଳେ ଭାରତ ଦ୍ୱିତୀୟ ଇନିଂସରେ କେବଳ ଶୁବମନ ଗିଲ୍(୧)ଙ୍କୁ ହରାଇଛି। ଖରାପ ଆଲୁଅ ଯୋଗୁ ମ୍ୟାଚ ବନ୍ଦ ହେବା ବେଳକୁ ଚେତେଶ୍ୱର ପୂଜାରା ୯ ଓ ମୟଙ୍କ ଅଗ୍ରୱାଲ ୪ ରନ୍‌ କରି ବ୍ୟାଟିଂ କରୁଥିଲେ। କାଲି ଦିନି ତମାମ ଭାରତ ବ୍ୟାଟିଂ କରିବାକୁ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ।

ତେବେ ଭାରତ ପକ୍ଷରୁ ପ୍ରଥମ ଇନିଂସରେ ସ୍ପିନର ଅକ୍ଷର ପଟେଲ ସର୍ବାଧିକ ୫ଓ୍ୱିକେଟ ନେଇଥିବା ବେଳେ ଅଶ୍ୱିନୀ ୩ ଓ ଜାଡେଜା, ଉମେଶ ଗୋଟିଏ ଲେକାଏଁ ଓ୍ୱିକେଟ ନେବାରେ ସଫଳ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପାକିସ୍ତାନ ବୋଲର ସାହିନ୍ ଆଫ୍ରିଦିଙ୍କୁ ପଛରେ ପକାଇ ଅଶ୍ୱିନୀ ହେଲେ ନମ୍ୱର ୧

Latest Posts

Don't Miss