ରାଜ୍ୟରେ କୁଶଳୀ, ଅଣକୁଶଳୀ, ଅର୍ଦ୍ଧକୁଶଳୀ, ଉଚ୍ଚକୁଶଳୀଙ୍କ ବଢିଲା ଦରମା

ଭୁବନେଶ୍ୱର : ରାଜ୍ୟରେ ଶ୍ରମିକଙ୍କ ବଢିଲା ମଜୁରୀ କୁଶଳୀ, ଅଣକୁଶଳୀ, ଅର୍ଦ୍ଧକୁଶଳୀ, ଉଚ୍ଚକୁଶଳୀଙ୍କ ବଢିଲା ଦରମା । ପୂର୍ବ ମଜୁରୀଠାରୁ ବଢିଲା ଆଉ ୭ ଟଙ୍କା  । ଉଚ୍ଚକୁଶଳୀ ପାଇବେ ସର୍ବାଧିକ ୫୦୨ ଟଙ୍କା । ଶ୍ରମ କମିଶନରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ୧ ଅକ୍ଟୋବରରୁ ଲାଗୁ ହେବ ନୂଆ ମଜୁରୀ । ଶ୍ରମିକଙ୍କ ଦୈନିକ ମଜୁରୀ ବଢାଇଛନ୍ତି ରାଜ୍ୟ ସରକାର । ଅଣକୁଶଳୀଙ୍କ ମଜୁରୀ ୩୪୫ ଟଙ୍କାରୁ ବଢି ୩୫୨ ଟଙ୍କା ହୋଇଥିବା ବେଳେ ଅର୍ଦ୍ଧକୁଶଳୀଙ୍କ ୩୮୫ ଟଙ୍କାରୁ ବୃଦ୍ଧି ପାଇ ୩୯୨ଟଙ୍କା ହୋଇଛି । କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୩୫ ଟଙ୍କା ରୁ ୪୪୨ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

ଏହାସହିତ ଅତିକୁଶଳୀଙ୍କ ମଜୁରୀ ୪୯୫ ଟଙ୍କାରୁ ବୃଦ୍ଧି ହୋଇ ୫୦୨ ଟଙ୍କା ହୋଇଛି । ଏହା ପୂର୍ବରୁ ଚଳିତ ବର୍ଷ ଅପ୍ରେଲ ପହିଲାରେ ଶ୍ରମିକଙ୍କ ଦୈନିକ ମଜୁରୀରେ ୧୨ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ । ଏହା ପରେ ଆଜି ସମସ୍ତ ଶ୍ରମିକଙ୍କ ଦୈନିକ ମଜୁରରୀରେ ୭ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି ।