ବଢ଼ିଲା ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ

1 min read

ଭୁବନେଶ୍ବର: ବଢ଼ିଲା ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ । ସର୍ବନିମ୍ନ ମାସିକ ପାରିଶ୍ରମିକ ୩୦ ହଜାରରୁ ୪୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁମୋଦନ ଦେଇଛନ୍ତି। ସିପାହୀମାନଙ୍କ ମାସିକ ପାରିଶ୍ରମିକ ୩୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି ।

ସେହିପରି ଲାନ୍‍ସ ନାଏକ/ନାଏକ/ହାବିଲ୍‍ଦାରମାନଙ୍କ ପାରିଶ୍ରମିକ ୩୨ ହଜାରରୁ ୫୦ ହଜାର, ଜୁନିଅର କମିସନ୍‍ଡ ଅଫିସର ୪୦ ହଜାରରୁ ୫୫ ହଜାର, ଜୁନିଅର କମିସନ୍‍ଡ ଅଫିସର-ଇନଷ୍ଟ୍ରକ୍ଟରଙ୍କ ଦରମା ୪୦ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଡିଙ୍ଗି ଡ୍ରାଇଭର/ସି-ମ୍ୟାନ୍ ମେକାନିକ୍/ ଖଲାସିମାନଙ୍କ ମାସିକ ପାରିଶମିକ ୩୦ ହଜାରରୁ ୪୫ ହଜାର, ସିରାଙ୍ଗ/ଇଞ୍ଜିନ୍‍ ଡ୍ରାଇଭର ମାନଙ୍କର ୩୨ ହଜାରରୁ ୫୦ ହଜାର ଏବଂ ମାଷ୍ଟରମାନଙ୍କ ମାସିକ ପାରିଶ୍ରମିକ ୪୦ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟ ସରକାର ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ ବାଟାଲିଅନ ଗଠନ କରିଛନ୍ତି। ଏଥିରେ ମୁଖ୍ୟତଃ ପୂର୍ବତନ ଆର୍ମି ଓ ନାଭିର ସୈନିକ ଏବଂ କୈନ୍ଦ୍ରୀୟ ସଶକ୍ତ ପୋଲିସ ବାହିନୀର କର୍ମଚାରୀମାନେ ନିଯୁକ୍ତ ହୋଇଥାନ୍ତି।