ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ପହିଲାରୁ ସାରା ଦେଶରେ ଲାଗୁ ହେବ ନୂଆ ଆୟକର ଆଇନ-୨୦୨୫ । ଏହି ନୂଆ ଆଇନ ଅନୁଯାୟୀ ଆୟକର ଦାତା ପ୍ରତ୍ଯକ୍ଷ କର ଉପରେ ରିଟର୍ଣ୍ଣ ଫାଇଲ କରିବେ। ଆୟକର ରିଟର୍ଣ୍ଣ ଫାଇଲ କେତେ ସରଳ ଓ ସହଜ ହେବ ଏ ନେଇ ୪ଟି ବର୍ଗରେ ମତାମତ ଲୋଡ଼ିଛି ଆୟକର ବିଭାଗ। ଆୟକର ଭାଷାର ସରଳୀକରଣ, ଦ୍ବନ୍ଦ୍ବ ମୁକ୍ତ ରିଟର୍ଣ୍ଣ ଫାଇଲ ବ୍ଯବସ୍ଥା, ଆୟକର ଅନୁପାଳନ ବର୍ଡ଼ନ ହ୍ରାସ ଓ ପୁରୁଣା ବ୍ଯବସ୍ଥାରେ ଥିବା ଅନାବଶ୍ଯକ ନିୟମ ହଟାଇବାକୁ ମତାମତ ଦେଇପାରିବେ କରଦାତା।
ଏକ ପ୍ରେସ ବିଜ୍ଞପ୍ତି ଜାରି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ପ୍ରତ୍ଯେକ ଆୟକରଦାତା ସେମାନଙ୍କ ମତାମତ ଆୟକର ପୋର୍ଟାଲରେ ପ୍ରଦାନ କରିପାରିବେ। ଏହି ଲିଙ୍କଟି ଲାଇଭ ମୋଡ଼ରେ ରହିଛି। ଏହା ଗତ ୪ ତାରିଖରୁ କାର୍ଯ୍ଯକ୍ଷମ ହୋଇଛି। ମତାମତ ଦେଉଥିବା ବ୍ଯକ୍ତି ତାଙ୍କ ନାମ ସହ ମୋବାଇଲ ନମ୍ବର ଦେବା ବାଞ୍ଛନୀୟ।
ମତାମତ ପ୍ରଦାନ କରିବା ପରେ ବ୍ଯକ୍ତିଙ୍କ ମୋବାଇଲକୁ ଗୋଟିଏ ଓଟିପି ଆସିବ। ସେଇ ଓଟିପି ନମ୍ବରଟିକୁ ଦେଲା ପରେ ତାଙ୍କ ମତାମତଟି ଆନୁଷ୍ଠାନିକ ପୋର୍ଟାଲ ଯୋଗେ ସଂଗ୍ରହ ହେଲା ବୋଲି ଧରାଯିବ। ୪ଟି ବର୍ଗରେ କରଦାତା ସେମାନଙ୍କ ମତାମତ ଦୋଇପାରିବେ। ଏପରିକି ନିର୍ଦ୍ଦିଷ୍ଟ ଫର୍ମରେ କୌଣସି ଅସଂଗତି ଥିଲେ ସେ ସମ୍ପର୍କରେ ସ୍ପଷ୍ଟ ସୁପାରିସ କରିପାରିବେ ବୋଲି ଆୟକର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ ରହିଛି।

