ବଦଳିବ ବିଏମସି କାର୍ଯ୍ୟାଳୟର ଠିକଣା, ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେବ ଅଫିସ
1 min read
ଭୁବନେଶ୍ୱର: ବଦଳିବ ବିଏମସି କାର୍ଯ୍ୟାଳୟର ଠିକଣା । ସତ୍ୟନଗର ସ୍ଥିତ ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେବ ବିଏମସି କାର୍ଯ୍ୟାଳୟ । ଆଜି ବିଏମସିର ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇସିଏମଓସି କୋଠା ସମ୍ପର୍କିତ ଭିଡିଓ ସ୍କ୍ରିନିଂ ପରେ ବିଏମସି ପକ୍ଷରୁ ପ୍ରସ୍ତୁତ ସଫା ଆପକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ । ପରେ ସେଠାରେ ଇଣ୍ଟିଗ୍ରାଲ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ବା ICCC ହଲ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ।
ବିଏମସିର ନୂତନ କୋଠା ଉଦଘାଟନ ପରେ ଆସନ୍ତା ୨୦ ତାରିଖରେ ପ୍ରସ୍ତାବିତ କର୍ପୋରେସନ ବୈଠକ ନୂତନ ସମ୍ମିଳନୀ କକ୍ଷରେ ହେବାକୁ ଥିବା ସୂଚନା ମିଳିଛି । ସେହିଭଳି କଳ୍ପନା ଛକରୁ ବିଏମସି ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର ପରେ ସାମନ୍ତରାପୁରଠାରେ ଭଡାରେ ଚାଲିଥିବା ବିଏମସିର ଦକ୍ଷିଣ-ପୂର୍ବ ଜୋନାଲ କାର୍ଯ୍ୟାଳୟ କଳ୍ପନା ଛକ ସ୍ଥିତ ପୁରୁଣା ବିଏମସି କୋଠାକୁ ସ୍ଥାନାନ୍ତର ହେବ । ପୂର୍ବରୁ ଏହି କୋଠାକୁ ଡେଲଏଟ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ସମେତ ସ୍ମାର୍ଟସିଟି କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇସାରିଛି ।