‘ଓଡ଼ିଶା ବନ୍ଦ’ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ଜାଣନ୍ତୁ କେଉଁ ଟ୍ରେନ୍‌ କେତେ ବିଳମ୍ବ ହୋଇଛି

1 min read
Train

ଭୁବନେଶ୍ୱର: ସୋମବାର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଶେଷ ହୋଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଓଡ଼ିଶା ବନ୍ଦ ଡାକରା ଦେଇଥିଲା କଂଗ୍ରେସ  । ପେଟ୍ରୋଲ, ଡ଼ିଜେଲ, ଏଲପିଜି ଦର ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦରେ ବନ୍ଦ ଡକରା ଦିଆଯାଇଥିଲା । ତେବେ ଏହି ବନ୍ଦ ପାଇଁ ଟ୍ରେନ୍‌ ଚଳାଚଳରେ ସାମାନ୍ୟ ବାଧାପ୍ରାପ୍ତ ହୋଇଛି । ପୂର୍ବତଟରୁ ମିଳିଥିବା ତଥ୍ୟ ଅନୁଯାୟୀ କିଛି ଟ୍ରେନ୍‌ ବିଳମ୍ବ ଛାଡ଼ିଛି । ବିଭିନ୍ନ ସ୍ଥାନରେ ରାଜନୈତିକ ଦଳ ପକ୍ଷରୁ ବିକ୍ଷଷାଭ ପ୍ରଦର୍ଶନ କରାଯାଇଥିଲା । ତେଣୁ ଏଭଳି ପରିସ୍ଥିତି ଉପୁଜିଥିଲା ।

ତେବେ ତାଳଚେର ରେଳ ଷ୍ଟେସନ୍‌ରେ ସକାଳ ୬ଟାରୁ ଅପରାହ୍ନ ୧ଟା ଯାଏଁ ବନ୍ଦ ଡାକା ଦିଆଯାଇଥିଲା । ସେହିଭଳି ଭୁବନେଶ୍ୱରରେ ସକାଳ ୦୭ରୁ ୦୭.୫୫ ଯାଏଁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା । ଢ଼େଙ୍କାନାଳରେ ୦୭.୩୦ରୁ ୦୮.୨୦, ଛତ୍ରପୁରରେ ୦୮.୦୫ରୁ ୦୮.୫୫ , ପୁରୀରେ ୧୦.୫୦ରୁ ୧୧.୧୫ ଯାଏଁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା ।

୦୨୮୮୦ ଭୁବନେଶ୍ୱର-ଏଲଟିଟି ସ୍ୱତନ୍ତ୍ର ଟ୍ରେନ୍‌ ଭୁବନେଶ୍ୱର ଷ୍ଟେସନ୍‌ଠାରେ ସକାଳ ୦୭.୨୦ରୁ ୦୮.୨୦ ପର୍ଯ୍ୟନ୍ତ ଅଟକି ରହିଥିଲା । ଏକ ଘଣ୍ଟା ବିଳମ୍ବରେ ଏହା ଛାଡ଼ିଥିଲା ।

ସେହିଭଳି ୦୮୪୯୩ ଭୁବନେଶ୍ୱର-ବଲାଙ୍ଗିର ସ୍ୱତନ୍ତ୍ର ଟ୍ରେନ୍‌ ଢ଼େଙ୍କାନାଳ ଷ୍ଟେସନ୍‌ଠାରେ ସକାଳ ୦୭.୪୮ରୁ ୮.୨୦ ଯାଏଁ ଅଟକି ରହିଥିଲା ।

୦୮୪୪୮ କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ ମଧ୍ୟ ସେହି ଢ଼େଙ୍କାନାଳଠାରେ ସକାଳ ୦୭.୪୮ରୁ ୮.୨୦ ଯାଏଁ ଅଟକି ରହିଥିଲା ।

୦୨୮୧୫ ପୁରୀ-ଆନନ୍ଦ ବିହାର ସ୍ପେସାଲ ଲେଫ୍ଟ ପୁରୀରୁ ୧୧ ଟା ପରିବର୍ତ୍ତେ ୧୧.୨୦ରେ ଛାଡ଼ିଛି ।

Leave a Reply