ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହେଉଥିବା ଯୁଦ୍ଧରେ, କାହା ସପକ୍ଷରେ କେଉଁ ରାଷ୍ଟ୍ର ରହିଛି ?

1 min read

ନନ୍ଦିଘୋଷ ବ୍ୟୁରୋ : ବିଶ୍ୱରେ ଗୋଟିଏ ଯୁଦ୍ଧର ଅବସାନ ଘଟିନାହିଁ ଆଉ ଏକ ଯୁଦ୍ଧର ସୂତ୍ରପାତ ହୋଇଛି । ଏହା ବିଶ୍ୱ ସମୁଦାୟକୁ ବିପଦକୁ ଟାଣୁଛି । କାରଣ ବିଜୟ ପରାଜୟ ମଧ୍ୟରେ ନିରିହ ସାଧାରଣ କୀବନ ବାଜି ଲାଗିଥାଏ । ବାଜି କିଏ ହାରିବ କିଏ ଜିତିବ ପରର କଥା କିନ୍ତୁ ନିରିହ ଜୀବନ ଗୁଡ଼ିକ ଟଳିପଡ଼ିଯାଏ ଯୁଦ୍ଧର ବିଭିଷିକା ଭିତରେ । ହେଲେ ଏହି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହେଉଥିବା ଯୁଦ୍ଧରେ ଆସନ୍ତୁ ନଜର ପକାଇବା ବର୍ତ୍ତମାନ ସ୍ଥିତିରେ କାହା ସପକ୍ଷରେ ଅଛି କେଉଁ ରାଷ୍ଟ୍ର । ୧୯୮୨ ଓ ୨୦୦୬ରେ ଲେବାନନ ସହ ୨ଟି ଯୁଦ୍ଧ କରିଛି ଇସ୍ରାଏଲ । ବର୍ତ୍ତମାନ ଇରାନ ସମର୍ଥିତ ହେଜବୁଲ୍ଲା ସଂଗଠନ ସହ ଇସ୍ରାଏଲର ଶତ୍ରୁତା ରହିଛି । ଇସ୍ରାଏଲ ଉପରେ ଆକ୍ରମଣ କରୁଛି ହେଜବୁଲ୍ଲା । ପାଲେଷ୍ଟିନୀୟ ସଂଗଠନଗୁଡିକୁ ଆଶ୍ରୟ ଦେଇଥାଏ ସିରିଆ । ସିରିଆ ଅଧୀନ ଗୋଲାନ ହାଇଟସକୁ ୧୯୬୭ରେ ଅକ୍ତିଆର କରିଥିଲା ଇସ୍ରାଏଲ । ଏହି କାରଣକୁ ନେଇ ଲେବାନନ ଓ ଇରାନ ସହ ସିରିଆର ମେଣ୍ଟ ହୋଇଥିଲା । ୧୯୪୮ରେ ୫ଟି ଆରବ ରାଷ୍ଟ୍ର ଇସ୍ରାଏଲ ଉପରେ କରିଥିଲେ ହମଲା । ଏବେ ଦୁଇ ଦେଶ ମଧ୍ୟରେ ଜାରି ରହିଛି ଶତ୍ରୁତା । ପଶ୍ଚିମଏସିଆର ସବୁଠୁ ଧନୀ ଓ ସମ୍ଭ୍ରାନ୍ତ ରାଷ୍ଟ୍ର ସାଉଦିଆରବ ପ୍ରଥମେ ପାଲେଷ୍ଟାଇନ ସପକ୍ଷରେ ଥିଲା । ପରେ ଇସ୍ରାଏଲ ସମର୍ଥନରେ ରହିଛି ସାଉଦିଆରବ । ଇରାନ ବିରୋଧରେ ମେଣ୍ଟ ଲାଗି ଇସ୍ରାଏଲକୁ ସମର୍ଥନ କରିଛି । ଆମେରିକାର ମଧ୍ୟସ୍ଥତା ପରେ ଇସ୍ରାଏଲକୁ ବି ଦେଇଛି ରାଷ୍ଟ୍ର ମାନ୍ଯତା । ଇସ୍ରାଏଲ ସହ ଦୁଇଟି ଯୁଦ୍ଧ କରିସାରିଛି ଇଜିପ୍ଟ । ୧୯୭୯ କ୍ଯାମ୍ପ ଡେଭିଡ ସମ୍ମିଳନୀରେ ଇସ୍ରାଏଲକୁ ଦେଇଥିଲା ରାଷ୍ଟ୍ର ମାନ୍ଯତା । ରାଷ୍ଟ୍ର ମାନ୍ୟତା ଦେବାରେ ଇଜିପ୍ଟ ଥିଲା ପ୍ରଥମ ଆରବ ରାଷ୍ଟ୍ର । ବର୍ତ୍ତମାନ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ଯରେ ମଧ୍ୟସ୍ଥତା ଭୂମିକା ନେଉଛି ଇଜିପ୍ଟ । ହମାସ କବଳିତ ଗାଜାରେ ମାନବିକ ସହାୟତା ଯୋଗାଉଛି ଓମାନ । ଇସ୍ରାଏଲ ସହ ସମ୍ପର୍କ ନ ରଖିବା ଲାଗି ୨୦୨୩ ଜାନୁଆରୀରେ ସଂସଦ ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ଲାଗି ବର୍ତ୍ତମାନ କରୁଛି ଉଦ୍ୟମ । ହମାସର ଅନେକ ନେତା କତାରର ଦୋହାରେ ବାସ କରୁଛନ୍ତି । ଇସ୍ରାଏଲ-ହମାସ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ କରୁଥିବାବେଳେ ନାରୀ ଓ ଶିଶୁଙ୍କ ସୁରକ୍ଷା ଲାଗି ଉଦ୍ୟମ କରୁଛି କତାର । ପାଲେଷ୍ଟାଇନକୁ ଆର୍ଥିକ ସହାୟତା ଦେଇଥାଏ କତାର । ଇସ୍ରାଏଲକୁ ୨୦୨୦ରେ ମାନ୍ୟତା ଦେଇଥିଲା ୟୁଏଇ । ଇସ୍ରାଏଲକୁ ବର୍ତ୍ତମାନ ସମର୍ଥନ କରୁଛି ୟୁଏଇ । ଶାହ ମହମ୍ମଦ ରେଜାଙ୍କ ସମୟରେ ଇସ୍ରାଏଲ ସହ ଇରାନର ଥିଲା ଭଲ ସମ୍ପର୍କ । ମାତ୍ର ୧୯୭୮-୭୯ ବିପ୍ଳବ ପରେ ଇସ୍ରାଏଲ ସହ ସମ୍ପର୍କ ଛିନ୍ନ କରିଥିଲା ଇରାନ ।Timeline: Israel-Hamas Fighting Has Taken A Dire Toll : NPR

୧୯୯୧ ଉପସାଗରୀୟ ଯୁଦ୍ଧ ପରଠାରୁ ଦୁଇ ରାଷ୍ଟ୍ର ମଧ୍ୟରେ ତୀବ୍ର ଶତ୍ରୁତା ରହିଛି । ବର୍ତ୍ତମାନ ହମାସ ଓ ହେଜବୁଲ୍ଲାକୁ ସମର୍ଥନ ଦେଇଆସୁଛି ଇରାନ । ଇସ୍ରାଏଲ ଗଠନକୁ ବିରୋଧ କରିଆସୁଛି ଇରାକ । ୧୯୪୮ରେ ଆରବ ରାଷ୍ଟ୍ର ସହ ମିଶି ଇସ୍ରାଏଲ ବିରୋଧରେ କରିଥିଲା ଯୁଦ୍ଧ । ଇରାନର ବହୁ ଆତଙ୍କୀ ସଂଗଠନ ସହ ଇରାକର ସମ୍ପର୍କ ଥିବାବେଳେ ଇସ୍ରାଏଲ ବ୍ୟାପାରରେ ହସ୍ତକ୍ଷେପ କଲେ ଆମେରିକାକୁ ବିରୋଧ କରିବାକୁ ଧମକ ଦିଆଯାଇଛି । ୧୯୯୪ ପରଠାରୁ ଇସ୍ରାଏଲ-ଜୋର୍ଡାନ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା । ମାତ୍ର ୧୯୪୮ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଜୋର୍ଡାନ । ଇଜିପ୍ଟ ପରେ ଇସ୍ରାଏଲକୁ ମାନ୍ୟତା ଦେବାରେ ଜୋର୍ଡାନ ଦ୍ବିତୀୟ ରାଷ୍ଟ୍ର । ଇସ୍ରାଏଲ-ପାଲେଷ୍ଟାଇନ ବ୍ୟାପାରରେ ବିଶେଷ ଭୂମିକା ନେଇନି ୟେମେନ । ନିଜ ଦେଶରେ ଥିବା ସମସ୍ୟା କାରଣରୁ ୟେମେନ ନିରପେକ୍ଷତା ଅବଲମ୍ବନ କରିଛି ।