spot_img

Latest Posts

ଚାଷୀଙ୍କ ସମର୍ଥନରେ ବଲିଉଡ୍‌ କଳାକାର, ପ୍ରିୟଙ୍କା ଲେଖିଲେ ‘ଚାଷୀ ଦେଶର ଖାଦ୍ୟ ସୈନିକ’

ମୁମ୍ବାଇ: ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନକୁ ନେଇ ଚର୍ଚ୍ଚା । ମଙ୍ଗଳବାର ଚାଷୀମାନେ ଭାରତ ବନ୍ଦ ଡାକରା ଦେଇଥିଲେ । ଅନେକ ରାଜ୍ୟରେ ଏହି ବନ୍ଦ ସଫଳ ମଧ୍ୟ ହୋଇଛି । ତେବେ ଗୋଟିଏପଟେ ଦେଶର ମେରୁଦଣ୍ଡ ଏହି ଚାଷୀମାନଙ୍କୁ ନେଇ ରାଜନୀତି କରାଯାଉଥିବା ବେଳେ ଅନ୍ୟପଟେ ବଲିଉଡ୍‌ କଳାକାର ମାନେ ଚାଷୀଙ୍କ ପାଇଁ ନିଜର ସମର୍ଥନ ଜଣାଇଛନ୍ତି । ଚାଷୀଙ୍କୁ ଦେଶର ଖାଦ୍ୟ ସୈନିକ ବୋଲି କହିଛନ୍ତି କଳାକାର ।

ଜଣେ କି ଦୁଇ ଜଣ ନୁହେଁ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା କୃଷକ ଆନ୍ଦୋଳନକୁ ମିଳିଛି ଅନେକ ବଲିଉଡ୍‌ କଳାକାରଙ୍କ ସମର୍ଥନ । ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ଓ ସୋନୁ ସୁଦ୍‌ଙ୍କ ଭଳି ବଡ଼ ବଡ଼ କଳାକାରଙ୍କ ନାମ ମଧ୍ୟ ଏଥିରେ ଯୋଡ଼ି ହୋଇଯାଇଛି । ଏଥିସହ ବିଜେପି ସାଂସଦ ତଥା ଅଭିନେତା ସନ୍ନି ଦେଓଲ ମଧ୍ୟ କୃଷକ ଆନ୍ଦୋଳନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Sunny Deol

ଖାଲି ସେତିକି ନୁହେଁ ପ୍ରିୟଙ୍କା ଚୋପ୍ରା, କଣ୍ଠଶିଳ୍ପୀ ଦିଲଜିତଙ୍କ ଏକ ଟ୍ୱିଟକୁ ରି-ଟ୍ୱିଟ୍‌ କରି ଲେଖିଛନ୍ତି ‘କୃଷକ ଦେଶର ଖାଦ୍ୟ ସୈନିକସେମାନଙ୍କର ଭୟ ଦୂର ହେବା ଆବଶ୍ୟକ । ସେମାନଙ୍କର ଆଶା ପୂରଣ ହେବା ଆବଶ୍ୟକ । ଏକ ବିକାଶଶୀଳ ଗଣତନ୍ତ୍ର ଭାବେ ଆମକୁ ନିଶ୍ଚିତ କରିବାକୁ ପଡ଼ିବ ଯେ ଏହି ସଙ୍କଟ ଯଥାଶୀଘ୍ର ଶେଷ ହେବ।’

ସେହିଭଳି ଅଭିନେତ୍ରୀ ପରିଣିତି ଚୋପ୍ରା ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ‘ଯଦି ଆପଣ ରାତ୍ରିଭୋଜନ କରି ସାରିଛନ୍ତି ତା’ହେଲେ କୃଷକଙ୍କୁ ଧନ୍ୟବାଦ ଜଣାନ୍ତୁ’ । ଅନ୍ୟପଟେ ଲକ୍‌ଡାଉନ୍‌ ସମୟରେ ରିୟଲ ହିରୋ ସାଜିଥିବା ରିଲ୍‌ ଲାଇଫ୍‌ ଭିଲେନ୍‌ ସୋନୁ ସୁଦ୍ ମଧ୍ୟ‌ ଲଗାତାର ଚାଷୀଙ୍କ ସପକ୍ଷରେ ଟୁଇଟ୍ କରୁଛନ୍ତି ।

Parineeti Chopra

Latest Posts

Don't Miss