spot_img

Latest Posts

ଓଡ଼ିଶାରେ ନେପାଳୀଙ୍କୁ ବି ଦିଆଯିବ ଟିକା, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ପ୍ରକ୍ରିୟା ବ୍ୟାପକ ହୋଇଛି। ରାଜ୍ୟରେ ଥିବା ନେପାଳୀଙ୍କୁ ବି ଟିକାକରଣରେ ସାମିଲ କରାଯିବ। ଓଡିଶାରେ କାମ କରୁଥିବା ସମସ୍ତ ନେପାଳିଙ୍କୁ ଟିକା ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ।

ଏହାସହ ମ୍ୟୁନିସିପାଲ କର୍ପୋରେସନ , ସିଡିଏମଓ ଓ ପିଏଚଓଙ୍କୁ ଚିଠି ମଧ୍ୟ ଲେଖାଯାଇଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମ୍ୟୁନିସିପାଲ କର୍ପୋରେସନରେ ନେପାଳୀଙ୍କୁ ଟିକାକରଣରେ ସାମିଲ ପାଇଁ ଚିଠିରେ ଉଲ୍ଲେଖ ରହିଛି । ଓଡିଶାର କାମ କରୁଥିବା ନେପାଳୀଙ୍କ ପାଖରେ ବୈଧ ପରିଚୟପତ୍ର ନାହିଁ । ତେଣୁ ସେମାନେ କୋୱିନ୍ ପୋର୍ଟାଲରେ ସ୍ଲଟ୍ ବୁକ୍ କରି ଟିକା ନେଇପାରିବେନି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କୁ ମଧ୍ୟ ଟିକାରକରଣରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ଟିକାକରଣ ଏସଓପି ଅନୁସାରେ ନେପାଳୀଙ୍କୁ ଶୀଘ୍ର ଟିକାକରଣରେ ସାମିଲ କରିବାକୁ ଚିଠିରେ ଉଲ୍ଲେ୍ଖ କରାଯାଇଛି।

Latest Posts

Don't Miss