ନିମାପଡ଼ାରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି, ବିଧାୟକ ରୁଦ୍ର ମହାରଥୀଙ୍କ ଗାଡିକୁ ପଥର ମାଡ଼

ନିମାପଡ଼ା : ହିଂସାର ସବୁ ସୀମା ଟପିଗଲା ବିଜେପି ।  ନିମାପଡ଼ାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ପିପିଲି ବିଧାୟକ ତଥା ବିଜେଡିର ନିମାପଡ଼ା ପର୍ଯ୍ୟବେକ୍ଷକ ରୁଦ୍ରପ୍ରତାପ ମହାରଥୀଙ୍କୁ ଆକ୍ରମଣ । ରୁଦ୍ରଙ୍କ ଗାଡି ଉପରକୁ ଢେଲାପଥର ମାଡ଼ । ଅଶାଳୀନ ଭାଷାରେ ଗାଳିଗୁଲଜ ସହ ଗାଡ଼ି ଭଙ୍ଗାରୁଜା କଲେ ବିଜେପି କର୍ମୀ । ବିଜେପି ନେତା ସମୀର ଦାଶଙ୍କ ସମର୍ଥକ ରୁଦ୍ରଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ନିମାପଡ଼ା ନିର୍ବାଚନମଣ୍ଡଳି ପାଇଁ ରୁଦ୍ରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି ବିଜେଡି । ସନ୍ଧ୍ଯାରେ ରୁଦ୍ର ତମ୍ପାଳ ପଞ୍ଚାୟତରେ ନିଜ କାର୍ଯ୍ୟ ସାରି ତେରୁଣ୍ଡିଆ ଦେଇ ଫେରୁଥିବା ବେଳେ କିଛି ବିଜେପି କର୍ମୀ ଟର୍ଚ୍ଚ ମାରି ଗାଡ଼ି ଆଗକୁ ଆସିଥିଲେ । ସମ୍ପୂର୍ଣ୍ଣ ଯୋଜନା ମୁତାବକ ଗାଡ଼ି ପାଖକୁ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଗାଡ଼ିର କାଚ ଭାଙ୍ଗିବାକୁ ଉଦ୍ଯମ କରିଥିଲେ । ଜୀବନ ପ୍ରତି ବିପଦ ଥିବାରୁ ସେଠାରୁ ଗାଡ଼ି ନେଇ ଆସିବାବେଳେ ଢେଲାପଥର ଫୋପାଡ଼ିଥିଲେ ବିଜେପି କର୍ମୀ । ଏପରିକି ରାସ୍ତା ସାରା ବିଭିନ୍ନ ସ୍ଥାନରେ ଛକି ରହି ପଥର ଫିଙ୍ଗିଥିଲେ । ବାଇକରେ ମଧ୍ଯ ପିଛା କରି ଆକ୍ରମଣ କରିଥିଲେ ।

ବିଜେପି କର୍ମୀଙ୍କ ଆକ୍ରମଣରେ ରୁଦ୍ରଙ୍କ ଗାଡ଼ି ଭାଙ୍ଗିଯାଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ କିଛି ବିଜେପି କର୍ମୀଙ୍କୁ ଅଟକ ରଖି ତଦନ୍ତ କରୁଛି । ଘଟଣାରେ ବିଜେଡି ସିଇଙ୍କୁ ଫେରାଦ ହୋଇ ଦୃଢ କାର୍ଯ୍ଯାନୁଷ୍ଠାନ ଦାବି କରିଛି । ବିଜେଡି କହିଛି, ନିମାପଡ଼ାରେ ଗୁଣ୍ଡାରାଜ ଚଳାଇଛନ୍ତି ସମୀର ଦାଶ ।  ସମୀର ଦାଶ ଓ ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶରେ ବିଜେପି କର୍ମୀମାନେ ଏଭଳି ଆକ୍ରମଣ କରିଛନ୍ତି । ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓ, ଦିବାକର ପାତ୍ର ଓ ସୁବ୍ରତ ଛାଟୋଇ ମିଳିତ ଭାବେ ପ୍ରେସମିଟ କରି ବିଜେପିର ଏଭଳି ହିଂସା ନୀତିକୁ ସମାଲୋଚନା କରିଛନ୍ତି । ନିମାପଡ଼ାରେ ବିଜେଡି ପ୍ରତି ଲୋକଙ୍କ ଭଲପାଇବା ରହିଛି । ଏଣୁ ବିଜେପି ପରାଜୟ ଭୟରେ ରକ୍ତ ଚାଉଳ ଚୋବାଉଛି ବୋଲି ବିଜେଡି ଅଭିଯୋଗ କରିଛି ।