ପୁରୁଷ ହକିରେ ଦକ୍ଷିଣ କୋରିଆକୁ ୫-୩ ଗୋଲରେ ହରାଇ ପଦକ ପକ୍କା କରିଛି ଭାରତ

1 min read

ନନ୍ଦିଘୋଷ ବ୍ୟୁରୋ : ଏସିଆନ ଗେମସର ପୁରୁଷ ହକିରେ ଭାରତ ପଦକ ପକ୍କା କରିଛି । ଦକ୍ଷିଣ କୋରିଆକୁ ୫-୩ ଗୋଲ ବ୍ୟବଧାନରେ ହରାଇ ପଦକ ନିଶ୍ଚିତ କରିଛି ଟିମ ହକି ଇଣ୍ଡିଆ । ଫାଇନାଲରେ ଭାରତ ଗୋଲ୍ଡ ହାତେଇଲେ ସିଧାସଳଖ ୨୦୨୪ ପ୍ୟାରିସ ଅଲିମ୍ପିକକୁ ମିଳିବ ଟିକେଟ  । ସେପଟେ ତୀରନ୍ଦାଜରେ ଭାରତ ଜିତିଲା ଆଉ ଏକ ସ୍ବର୍ଣ୍ଣ ପଦକ । ଜୋତି ଭେନମ୍ ଓ ଓଜାସ ଦେଓତାଲେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ୪ ଗୁଣା ୪ଶହ ମିଟର  ଦୌଡର ପୁରୁଷ ବର୍ଗରେ ଭାରତ ସ୍ବର୍ଣ୍ଣ ଜିତିଛି । ମହିଳା ୮ଶହ ମିଟର ଦୌଡରେ ହରମିଲାନ ବେନ୍ସ,ଙ୍କୁ ରୌପ୍ୟ ପଦକ ମିଳିଛି । ସେହିପରି ୫ ହଜାର ମିଟର ଦୌଡରେ ଅବିନାଶ ସାୱଲେ, ୪ ଗୁଣା ୪ଶହ ମହିଳା ରିଲେ ଦୋଡରେ ରୌପ୍ୟ ମିଳିଛି । ବକ୍ସିଂରେ ଲଭଲିନା ବୋରଗେନ୍ ରୌପ୍ୟ ଜିତିଛନ୍ତି  ।

ଏହି ସମସ୍ତ ପଦକ ସହ ବର୍ତ୍ତମାନ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ସେହିପରି ୩୧ଟି ରୌପ୍ୟ ଓ ୩୨ ଟି ବ୍ରୋଞ୍ଜ ପଦକ ମିଳିସାରିଛି । ବର୍ତ୍ତମାନ ସୁଦ୍ଧା ଏସିଆନ ଗେମସରେ ଭାରତ ୮୧ ପଦକ ହାସଲ କରିଛି  । ଏସିଆନ ଗେମସ ଆରମ୍ଭ ହେବା ପରଠାରୁ ଚଳିତ ଥରର ଏସିଆନ ଗେମ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଚାଲିଛି  । ୬୯ ମେଡାଲରୁ ଖେଳ ଆରମ୍ଭ କରିଥିବା ଆମ ଦେଶର ଖେଳାଳି ପଦକ ସଂଖ୍ୟା ୮୧ରେ ନେଇ ପହଞ୍ଚାଇଛନ୍ତି ।