spot_img

Latest Posts

୨୮ ଦିନରେ ୧୫ ଜିଲ୍ଲାରୁ, ୧୪ ଦିନରେ ୮୦ ଜିଲ୍ଲାରୁ ଆସିନି କୋରୋନା ପଜିଟିଭ୍‌ ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମୋଟ୍‌ ୧୬୮୪ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି । ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୩୦୭୭ରେ ପହଞ୍ଚିଛି । ସେଥିମଧ୍ୟରୁ ୧୭୬୧୦ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୪୯୧ ଜଣ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଭାରତରେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୪୭୪୮ କୁ ବୃଦ୍ଧି ପାଇଛି ।

 ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ଏହା ସହିତ ବର୍ତ୍ତମାନ ଆମର ପୁନରୁଦ୍ଧାର ହାର ୨୦.୫ ପ୍ରତିଶତରେ ପହଞ୍ଚିସାରିଛି । ଏହା ଆମ ସମସ୍ତଙ୍କ ପାଇଁ ବହୁତ ସକାରାତ୍ମକ ଖବର ବୋଲି କହିଛନ୍ତି ସଚିବ । ସେହିଭଳି ଗତ ୨୮ ଦିନ ମଧ୍ୟରେ ପ୍ରାୟ ୧୫ଟି ଜିଲ୍ଲାରୁ କୌଣସି ମାମଲା ସାମ୍ନାକୁ ଆସିନାହିଁ ।

ଅନ୍ୟପଟେ ଗତ ୧୪ ଦିନ ମଧ୍ୟରେ ୮୦ଟି ଜିଲ୍ଲାରୁ କୌଣସି ପଜିଟିଭ୍‌ କେସ୍‌ ସାମ୍ନାକୁ ଆସି ନାହିଁ । ପୂର୍ବରୁ ଏହି ଜିଲ୍ଲାଗୁଡ଼ିକରେ କୋରୋନା ଆକ୍ରାନ୍ତ ଦେଖାଦେଇଥିଲେ । ଏହା ଆମର ପ୍ରୟାସ ରହିବା ଆବଶ୍ୟକ ଯେ, ଏହିପରି ଜିଲ୍ଲାର ସଂଖ୍ୟା ବୃଦ୍ଧି ପାଇବା ଉଚିତ୍ । ଏହା ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଟ୍ରାନ୍ସମିସନ୍ ଚେନ୍‌କୁ କିଭଳି ରୋକାଯାଇପାରିବ । ଆମକୁ ଦେଖିବାକୁ ପଡିବ ଯେ ଏହି ଜିଲ୍ଲାଗୁଡିକରେ କୌଣସି ନୂତନ ମାମଲା ଆସିବା ଉଚିତ୍ ନୁହେଁ ।

ରାଜ୍ୟମାନଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା

ସେହିଭଳି ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟମାନଙ୍କ ସହ କଥା ହୋଇଛନ୍ତି ଏବଂ ସେମାନଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ ଲୋକମାନେ ବୁଝିବା ଆବଶ୍ୟକ ଯେ ଏହି ମହାମାରୀ ପାଇଁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ଯେକୌଣସି ରୋଗ ପରି ଏହା ମଧ୍ୟ ଚିକିତ୍ସା ଦ୍ୱାରା ଭଲ ହୋଇଯାଏ । ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଏହା ମଧ୍ୟ କହିଛନ୍ତି ଯେ ନାଗରିକଙ୍କ ପ୍ରଶ୍ନର ଶୀଘ୍ର ଉତ୍ତର ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ -19 ସେବାର ଟ୍ୱିଟର ହ୍ୟାଣ୍ଡେଲ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଛନ୍ତି । ଏହା ସହିତ, ବିଶେଷଜ୍ଞଙ୍କ ଦ୍ୱାରା ରିୟଲ ଟାଇମ୍ ଆଧାରରେ ସୂଚନା ଜନସାଧାରଣଙ୍କୁ ଦିଆଯିବ ।

Latest Posts

Don't Miss