ଚିନ୍ତା ବଢ଼ାଉଛି କରୋନା ଭାଇରସ୍‌, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି

ନୂଆଦୀଲ୍ଲି: କରୋନା ପାଇଁ ସାରା ବିଶ୍ୱ ଏକ ପ୍ରକାର ଠପ୍‌ ହୋଇଗଲାଣି । ସବୁ କାର୍ଯ୍ୟକ୍ରମକୁ ବାତିଲ କରି କରୋନାକୁ କିପରି ମୁକାବିଲା କରାଯିବ ସେଥିପାଇଁ ସମସ୍ତେ ଚେଷ୍ଟା ଚଳାଇଛନ୍ତି । ଭାରତରେ କରୋନା ସଂଖ୍ୟା ୯୦ରେ ପହଞ୍ଚିଲାଣି । କେରଳ ପରେ ଏବେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସରକାର ସ୍କୁଲ, କଲେଜ, ସିନେମା ହଲ, ମ୍ୟୁଜିୟମକୁ ମାର୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି ।

ଏଥିସହ ଉତ୍ତରପ୍ରଦେଶ ଓ ଜାମ୍ମୁ କାଶ୍ମୀରର କିଛି ସ୍ଥାନରେ ୧୪୪ ଧାରା କରାଯାଇଛି । ଲୋକେ କିପରି ବିଭିନ୍ନ ସ୍ଥାନରେ ଗହଳି ନକରିବେ ସେଥିପାଇଁ ପ୍ରଶାସନକୁ ଆଲର୍ଟ କରାଯାଇଛି । ଏପଟେ ଆଜି ସାର୍କ ଦେଶ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥାହେବେ ପ୍ରଧାନମନ୍ତ୍ରୀ । ସମସ୍ତେ ମିଳିମିଶି କିପରି କରୋନାର ମୁକାବିଲା କରିହେବ ତାର ବିଚାର ବିମର୍ଶ କରିବେ ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

ସେପଟେ ଇରାନରେ ଥିବା ଭାରତୀୟଙ୍କର କରୋନା ସଂକ୍ରମଣ ନେଇ ରକ୍ତ ନମୂନା ପରୀକ୍ଷା କରିବାକୁ ସେଠାକାର ସରକାର ମନାକରିବା ପରେ ଭାରତର ସରକାର ଏକ ସ୍ୱତନ୍ତ୍ର ପ୍ରୟୋଗଶାଳା ସହିତ ଡାକ୍ତର ଓ ବିଶେଷଜ୍ଞଙ୍କୁ ଇରାନ୍‌ ପଠାଇଛନ୍ତି । ସେପଟେ ଆମେରିକାରେ ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖି,  ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । କରୋନା ମୁକାବିଲା ପାଇଁ ୫୦ ବିଲିୟନ ଡଲାରର ଫଣ୍ଡ ରଖାଯାଇଛି । ଯାହାକୁ ଦେଶର ସବୁ ରାଜ୍ୟରେ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରାଯିବ ବୋଲି ଟ୍ରମ୍ପ କହିଛନ୍ତି ।

Leave a Reply