ଭାରତରେ ୧୦୦ ଟପିଗଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

1 min read

ନୂଆଦିଲ୍ଲୀ: ଭାରତରେ ୧୦୦ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଭାଇରସ କବଳରେ ୧୦୫ ଜଣ ଆସିଛନ୍ତି । ଏହି ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । ତେବେ ଏହାରି ଭିତରେ ୧୧ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ସ୍ଥିତିକୁ ନଜରରେ ରଖି ବିଭିନ୍ନ ସହରରେ ୧୪୪ ଧାରା ଲାଗୁ କରାଯାଇଛି ।

ସେହିପରି କରୋନା ମୁକାବିଲା ପାଇଁ ଆଜି ସାର୍କ ଦେଶ ସହ ଭିଡିଓ କନଫରେନ୍ସିଂରେ କଥା ହେବେ ପ୍ରଧାନମନ୍ତ୍ରୀ । ସେପଟେ  କରୋନା ସଂଙ୍କ୍ରମଣକୁ ରୋକିବାକୁ ଭାରତ ନିଜର ସୀମା ସିଲ୍‌ କରିବାକୁ ନିଷ୍ପତ୍ତି ନେଇଛି । ଭାରତ-ନେପାଳ, ଭାରତ ବାଂଲାଦେଶ, ଭାରତ-ଭୁଟାନ, ଭାରତ-ମିଆଁମାର ସୀମାକୁ ସିଲ୍‌ କରିଦିଆଯାଇଛି । ଏହା ୧୪ ମାର୍ଚ୍ଚ ରାତି ୧୨ଟାରୁ ଲାଗୁ କରାଯାଇଛି ।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

ଏହି ସୀମା ଦେଇ ଯାତ୍ରୀଙ୍କ ଯିବା ଆସିବା ଉପରେ କଟକଣା ଲାଗୁ କରାଯାଇଛି । ସେହିପରି ଆଜି ରାତିରୁ ବନ୍ଦ ହେବ କରାତରପୁର ସାହିବ କରିଡର । ୨୦୧୯ରୁ ଆରମ୍ଭ ହୋଇଥିବା ଏହି କରିଡର ଦେଇ ଦିକୁ ୬୦୦ରୁ ୮୦୦ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ । ତେବେ କରୋନା ଆତଙ୍କ ପରେ ଏହି ସଂଖ୍ୟା ୨୫୦ରେ ପହଞ୍ଚିଥିଲା । କିନ୍ତୁ ଆଜିଠାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

Leave a Reply