ଭାରତରେ ଧିରେ ଧିରେ କାୟା ମେଲାଉଛି କରୋନା ଭାଇରସ୍‌

1 min read

ସାରା ବିଶ୍ୱରେ କରୋନା ଆତଙ୍କ । ଭାରତରେ ବି ଭାଇରସର ଭୟ । ଦେଶରେ ୧୮ ଆକ୍ରାନ୍ତ ଚିହ୍ନଟ ଚିନ୍ତା ବଢ଼ାଇଛି । ଦିଲ୍ଲୀ, ତେଲେଙ୍ଗାନା, ଜୟପୁର ପରେ ଚଣ୍ଡୀଗଡ଼ରେ ଆଉ ୨ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ତେବେ ସତର୍କ ରହିବା ସହ ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ମୁକାବିଲା ପାଇଁ ଆଜି କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

ସେପଟେ ସତର୍କତା ଦୃଷ୍ଟିରୁ ଦିଲ୍ଲୀ-ଏନସିଆରରେ ୫ଟି ସ୍କୁଲ ବନ୍ଦରହିଛି । ଦିଲ୍ଲୀରେ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୨ ଛାତ୍ରଙ୍କ ନମୁନା ସଂଗ୍ରହ ପରେ ଆଜି ସ୍କୁଲ ବନ୍ଦ କରାଯାଇଛି । ସେପଟେ କରୋନା ଆକ୍ରାନ୍ତ ଯାଇଥିବା ଉତ୍ତର ପ୍ରଦେଶର ୩ ସହରରେ ଯାଞ୍ଚ ଚାଲିଛି । ଇଟାଲୀରୁ ଆସିଥିବା ଆକ୍ରାନ୍ତ ନୋଏଡ଼ା, ଆଗ୍ରା ଓ ବୁଲନ୍ଦ ସହରକୁ ଯାଇଥିବା କୁହାଯାଉଛି ।

ସେଥିପାଇଁ ବୁଲନ୍ଦସହରରେ ଥିବା ଆକ୍ରାନ୍ତଙ୍କ ସଂପର୍କୀୟଙ୍କର ମଧ୍ୟ ନମୁନା ସଂଗ୍ରହ କରାଯାଉଛି । ପ୍ରାୟ ୨୩ ଜଣଙ୍କ ଉପରେ ନଜର ରଖିଛି ସ୍ୱାସ୍ଥ୍ୟବିଭାଗ । ସାରା ବିଶ୍ୱରେ ୯୧ ହଜାର ୭୦୦ରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇସାରିଛି । ସେହିପରି ଏହି ଭାଇରସ ବର୍ତ୍ତମାନ ସୁଦ୍ଧା ୩ ହଜାର ୧୦୦ ଜଣଙ୍କ ଜୀବନ ନେଇସାରିଛି ।

Leave a Reply