spot_img

Latest Posts

ରାଜା ରଘୁବଂଶୀ ହତ୍ୟା ମାମଲା : ପଦାକୁ ଆସିଲା ଆଉ ଜଣେ ବ୍ୟକ୍ତି ସଞ୍ଜୟ ବର୍ମାଙ୍କ ନାଁ

ନନ୍ଦିଘୋଷ ବ୍ୟୁରୋ : ରାଜା ରଘୁବଂଶୀ ହତ୍ୟା ମାମଲା। ପଦାକୁ ଆସିଲା ଆଉ ଜଣେ ବ୍ୟକ୍ତିଙ୍କ ନାଁ। ସେ ହେଉଛନ୍ତି ସଞ୍ଜୟ ବର୍ମା। ରାଜାଙ୍କ ପତ୍ନୀ ସୋନମଙ୍କ ସହ ସେ ବିବାହ ପୂର୍ବରୁ ଓ ପରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେଉଥିବା ତଦନ୍ତରୁ ଜଣାଯାଇଛି।  ମାର୍ଚ୍ଚ ୧ରୁ ମାର୍ଚ୍ଚ ୨୫ ଯାଏ ଉଭୟ ସୋନମ ଓ ସଞ୍ଜୟଙ୍କ ମଧ୍ୟରେ ୧୧୯ଟି କଲ୍ ହୋଇଥିବା କଲ ରେକର୍ଡରୁ ଜଣାଯାଇଛି। ବର୍ତ୍ତମାନ ତାଙ୍କ ମୋବାଇଲ ସୁଇଚ ଅଫ ଥିବାରୁ ସ୍ଥିତି ଅଧିକ ସନ୍ଦେହଜନକ ହୋଇଛି।

ଗତ ମେ ୨୩ରେ ରାଜାଙ୍କୁ ମେଘାଳୟରେ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ୧୦ ଦିନ ପରେ ମେଘାଳୟରୁ ମିଳିଥିଲା। ରାଜାଙ୍କୁ ଏକ ଅସ୍ତ୍ର ସାହାଯ୍ୟରେ ପ୍ରଥମେ ବିଶାଳ ସିଂ ଆକ୍ରମଣ କରିଥିବା କୁହାଯାଉଛି। ସୋନମଙ୍କ ବୟଫ୍ରେଣ୍ଡ କୁହାଯାଉଥିବା ରାଜ ଖୁସୱାହା ୩ ଅଭିଯୁକ୍ତ ବିଶାଳ, ଆକାଶ ରାଜପୁତ ଓ ଆନନ୍ଦ କୁର୍ମୀଙ୍କୁ ଯୋଗାଡ କରିଥିବା ଅଭିଯୋଗ ହୋଇଛି। ସେପଟେ ଇନ୍ଦୋରସ୍ଥିତ ସୋନମଙ୍କ ବାସ ଭବନରେ ପହଞ୍ଚିଛି ମେଘାଳୟର ଏସଆଇଟି ଟିମ୍ । ତେଣେ ରାଜାଙ୍କ ମୃତଦେହ ମିଳିଥିବା ସ୍ଥାନରୁ ମିଳିଛି ଆଉ ଏକ ଭୁଜାଲି। ଏହା ସହିତ ମେଘାଳୟ ଯିବାବେଳେ ଦମ୍ପତିଙ୍କ ନିକଟରେ ରହିଥିଲା ୪ଟି ଫୋନ। ହତ୍ୟା ପରେ ରାଜାଙ୍କ ଫୋନକୁ ଭାଙ୍ଗି ସୋନମ ଫୋପାଡି ଦେଇଥିବା ପୋଲିସ କହିଛି। ସୋନମଙ୍କ ନିକଟରେ ଥିବା ୩ଟି ଫୋନ ଏବେ ବି ମିଳିନାହିଁ ।

Latest Posts

Don't Miss