କରୋନାର କୌଣସି ପ୍ରବାହ ଆସିଲେ ଭାରତ ଉପରେ ପଡ଼ିବନି ପ୍ରଭାବ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

1 min read
In Future New Wave Of Covid Can't Affect India Seriously Says Experts

ନୂଆଦିଲ୍ଲୀ: ପୁଣି କାୟା ମେଲାଉଛି କରୋନା । ଦକ୍ଷିଣ-ପୂର୍ବ ଏସିଆ ସମେତ କିଛି ୟୁରୋପୀୟ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି କଣ ଭାରତ ବି କରୋନାର ନୂଆ ପ୍ରବାହକୁ ସାମ୍ନା କରିବ ? କାରଣ ଏବେ ଦେଶରେ ଦୈନିକ ସଂକ୍ରମଣ ମାମଲା ୨ ହଜାର ଭିତରେ ରହିଛି । କରୋନାର ତୃତୀୟ ପ୍ରବାହ ପିକରେ ଥିବାବେଳେ ଦେଶରେ ତିନି ସପ୍ତାହରେ ୫୦ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା ।

In Future New Wave Of Covid Can't Affect India Seriously Says Experts

ଏବେ ଅନ୍ୟ ଦେଶରେ ବଡ଼ୁଥିବା ସଂକ୍ରମଣ ଭାରତ ପାଇଁ ବି ଚିନ୍ତାର କାରଣ ପାଲଟିଛି । ତେବେ ବିଶେଷଜ୍ଞଙ୍କ ଅନୁସାରେ, ଅଧିକ ଟିକାକରଣ ଓ ସଂକ୍ରମଣ ପରେ ସୃଷ୍ଟି ରୋଗ ପ୍ରତିରୋଧକ କ୍ଷମତା ଯୋଗୁଁ ଭାରତୀୟ ଆଗାମୀ କୌଣସି ପ୍ରବାହରେ ଗୁରୁତର ପ୍ରଭାବିତ ହେବାର ଆଶଙ୍କା ନାହିଁ । ଏପରିକି ଆଉ କିଛି ବିଶେଷଜ୍ଞ କହିଛନ୍ତି, ମାସ୍କ ପିନ୍ଧିବା ନିୟମରେ କିଛିଟା ଛାଡ଼ କରାଯିବା ଉଚିତ୍ । କାରଣ ନିୟମିତ ସଂକ୍ରମଣ ମାମଲା କମିବା ସହ ମୃତ୍ୟୁସଂଖ୍ୟା ସମୟାନୁସାରେ ହ୍ରାସ ପାଉଛି ।

In Future New Wave Of Covid Can't Affect India Seriously Says Experts

ତେବେ ଏମ୍ସର ବରିଷ୍ଠ ମହାମାରୀ ବିଶେଷଜ୍ଞ ଡା. ସଞ୍ଜୟ ରାୟ କହିଛନ୍ତି, ସାର୍ସ-ସିଓଭି-୨ ଏକ ‘ଆରଏନଏ’ ଭୂତାଣୁ ଅଟେ । ଭୂତାଣୁ ପୂର୍ବରୁ ୧ ହଜାରରୁ ଅଧିକ ଥର ରୂପ ପରିବର୍ତ୍ତନ କରି ସାରିଲାଣି । କିନ୍ତୁ କେବଳ ସାମ୍ନାକୁ ଆସିଥିବା ୫ଟି ସ୍ୱରୂପ ଚିନ୍ତାର କାରଣ । ସେ ଆହୁରି କହିଛନ୍ତି, କରୋନାର ଦ୍ୱିତୀୟ ପ୍ରବାହ ଦେଶ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା । ତେବେ ଏବେ ଆମର ପ୍ରମୁଖ ଶକ୍ତି ହେଉଛି ପ୍ରାକୃତିକ ସଂକ୍ରମଣ । ଯାହାକି ଦୀର୍ଘ ସମୟ ପାଇଁ ଅଧିକ ସୁରକ୍ଷା ପ୍ରଦାନ କରିବ ।

In Future New Wave Of Covid Can't Affect India Seriously Says Experts

ଏପରିକି ଭାରତ ସରକାର ମାସ୍କି ପିନ୍ଧିବା ନିୟମ ଉପରେ କିଛିଟା ଛାଡ଼ କରିବା ଉପରେ ବିଚାର କରିବାକୁ ସେ କହିଛନ୍ତି । ବରିଷ୍ଠ ନାଗରିକ ଓ ସଂକ୍ରମଣ ବିପଦ ଥିବା ଏକାଧିକ ରୋଗରେ ଆକ୍ରାନ୍ତ ଲୋକ ସୁରକ୍ଷା ଦୃଷ୍ଟିରୁ ମାସ୍କ ପିନ୍ଧିବା ଉଚିତ୍ । ଭବିଷ୍ୟତରେ ଭୂତାଣୁର ସ୍ୱରୂପ ପରିବର୍ତ୍ତନ ତଥା ନୂଆ ରୂପ ଉପରେ ନଜ ରଖିବାକୁ ଜିନୋମ ସିକ୍ୱେନ୍ସିଂ ଉପରେ ବିଶେଷଜ୍ଞ ଗୁରୁତ୍ୱ ଦେଇଛନ୍ତି ।

In Future New Wave Of Covid Can't Affect India Seriously Says Experts

ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଚନ୍ଦ୍ରକାନ୍ତ ଲହରିଆଙ୍କ ଅନୁସାରେ, ଭୂତାଣରୁ କୌଣସି ନୂଆ ପ୍ରଜାତି ଆସିଲେ ବି ଦେଶରେ ସଂକ୍ରମଣ ବଢ଼ିବା ଆଶଙ୍କା କମ୍ । ପୂର୍ବର ସବୁ ସର୍ଭେ, ଟିକାକରଣ ସହ ଓମିକ୍ରନ୍ ଭାରିଆଣ୍ଟ ବ୍ୟାପିବା ନେଇ ହୋଇଥିବା ଅଧ୍ୟୟନ କହୁଛି ଭାରତରେ ମହାମାରୀ କରୋନା ସମାପ୍ତ ହୋଇ ସାରିଛି । ଏପରିକି ଦେଶରେ ଆଗାମୀ କିଛି ମାସ ଯାଏ ନୂଆ ପ୍ରବାହ ଓ ଭୂତାଣୁର ନୂଆ ସ୍ୱରୂପ ଆସିବା ଆଶଙ୍କା କମ୍ । ଏଭଳି ସମୟରେ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମରୁ ବାଦ୍ ଦେବା ଦରକାର । କୋଭିଡ୍ ଟିକାକରଣ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଡା. ଏନ୍ କେ ଅରୋଡ଼ା ମଧ୍ୟ ଦେଶରେ କୌଣସି ନୂଆ ପ୍ରବାହ ଆସିବା ଆଶଙ୍କା କମ୍ ଥିବା କହିଛନ୍ତି ।