ବିଜୟା ଦଶମୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ

ପୁରୀ: ବିଜୟ ଦଶମୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ବର ବେଶ ବା ସୁନା ବେଶ ଅନୁଷ୍ଠିତ ହେବ । ଅବକାଶ ନୀତି ପରେ ତିନି ବାଡ଼ରେ ଚନ୍ଦନ ଲାଗି ଶେଷ ହୋଇ ନୂଆ ଲୁଗା ଓ ନିର୍ଦ୍ଧିଷ୍ଟ ଅଳଙ୍କାର ଲାଗି କରାଯାଇ ସୁନା ବେଶ ଅନୁଷ୍ଠିତ ହୋଇଥାଏ ।
ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ପରେ ଭଣ୍ଡାର ଘରେ ପୂଜା ପାଉଥିବା ଆୟୁଧକୁ ସ୍ବତନ୍ତ୍ର ପୂଜା ବିଧି ଅନୁଯାଇ ମନ୍ଦିର ପ୍ରଦୀକ୍ଷଣ କରାଯାଇ ସିଂହାସନକୁ ବିଜେ କରାଯିବା ସହ ଆୟୁଧ ଲାଗି ହୁଏ । ମହାପ୍ରଭୁଙ୍କର ଏହି ଦୁର୍ଲଭ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।