ଧାନ ଅମଳ ମେସିନରେ ପଶି ଖଣ୍ଡ ଖଣ୍ଡ ହୋଇଗଲେ ଶ୍ରମିକ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଜିରାବାଡି ଗ୍ରାମରେ ଅଘଟଣ । ଧାନ ଅମଳ କରୁଥିବା ସମୟରେ ଅସାବଧାନତା କାରଣରୁ ଜଣେ ଶ୍ରମିକର ମୃତ୍ୟୁ । ଧାନ ମେସିନ ମେସିନରେ ପଶି ଖଣ୍ଡ ଖଣ୍ଡ ହୋଇଗଲେ ଶ୍ରମିକ ।
ମିଳିଥିବା ସୂଚନା ଅନୁସାରେ ଜିରାବାଡ଼ି ଗାଁରେ ଧାନ ଅମଳ ପାଇଁ ମେସିନ ଲଗାଯାଇଥିଲା । ମେସିନ ଅପରେଟିଂ କରୁଥିବା ଶ୍ରମିକ ବୁଲୁ ପାତ୍ରଙ୍କ ଗୋଡ ମେସିନରେ ପଶିଯାଇଥିଲା । ଫଳରେ ମେସିନ ଭିତରକୁ ସେ ଟାଣି ହୋଇ ପଶି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଅନ୍ୟ ପଟରେ ବାହାରି ଯାଇଥିଲା ।
ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଲୁଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।