ଏଣିକି ଭିଭିଆଇପିଙ୍କ ସୁରକ୍ଷାରେ ମୁତୟନ ହେବେ ମହିଳା CRPF

1 min read

ନୂଆଦିଲ୍ଲୀ: ପ୍ରଥମ ଥର ଲାଗି ବଦଳିଲା ନିୟମ । ଦେଶରେ ଭିଭିଆଇପିଙ୍କ ସୁରକ୍ଷାରେ ଏଣିକି ମୁତୟନ ହେବେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ବା ସିଆରପିଏଫର ମହିଳା ଯବାନ । ପ୍ରଥମ ପର୍ଯ୍ୟାୟରେ ୩୩ ଜଣ ମହିଳା ଯବାନଙ୍କୁ ୧୦ ସପ୍ତାହ ଲାଗି ପ୍ରଶିକ୍ଷଣ ଦିଆଯିବା ପରେ ସେମାନଙ୍କୁ କାର୍ଯ୍ୟରେ ଯୋଗଦାନ ଲାଗି ନିର୍ଦ୍ଦେଶ ଦିଆଯିବ । ଏନେଇ ସବୁଜ ସଂକେତ ଦେଇଛି କେନ୍ଦ୍ର ଗୃହମନ୍ତ୍ରାଳୟ ।

ସିଆରପିଏଫରେ ମହିଳା ଯବାନମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବାକୁ ପଦକ୍ଷେପ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୬ ପ୍ଲାଟୁନ ମହିଳା ଯବାନଙ୍କୁ ପ୍ରିଶକ୍ଷଣ ଦିଆଯିବ । ଆବଶ୍ୟକତା ଅନୁସାରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । ଏହି ମହିଳା ଯବାନମାନେ AK-47 ବ୍ୟବହାର ନେଇ ମଧ୍ୟ ପ୍ରଶିକ୍ଷଣ ଲାଭ କରିବେ । ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସୁରକ୍ଷା ଦାୟିତ୍ବରେ ସିଆରପିଏଫ ରହିଛି ।

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା ପରିପ୍ରେକ୍ଷୀରେ ମହିଳା ସିଆରପିଏଫ ଯବାନମାନଙ୍କୁ ଭିଭିଆଇପିଙ୍କ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତି ଦେବାର ଆବଶ୍ୟକତା ଉପଲବ୍ଧ ହୋଇଥିଲା । ବର୍ତ୍ତମାନ ସବୁଠାରୁ ଅଧିକ ଭିଭିଆଇପିଙ୍କ ସୁରକ୍ଷା ଦାୟିତ୍ବରେ ରହିଛି ସିଆରପିଏଫ । ଏନେଇ ସିଆରପିଏଫ ମହାନିର୍ଦ୍ଦେଶକ କୁଲଦୀପ ସିଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ପ୍ରସ୍ତାବ ଦେଇଥିଲେ ।

Leave a Reply