ଦେଶର ପ୍ରଥମ ଥର ପାଇଁ ଜାମ୍ମୁ-କାଶ୍ମୀରରେ ମିଳିଲା ଲିଥିୟମ ଭଣ୍ଡାର

1 min read

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ମିଳିଲା ଲିଥିୟମ ଭଣ୍ଡାର । ଦେଶରେ ପ୍ରଥମ କରି ଏହି ମହତ୍ତ୍ୱପୂର୍ଣ୍ଣ ଖଣିଜ ଭଣ୍ଡାରର ଅନୁସନ୍ଧାନ ମିଳିଛି । ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ରିୟାସୀ ଜିଲ୍ଲାରେ ୫.୯ ମିଲିୟନ ଟନର ଲିଥିୟମ ରିଜର୍ଭ ଠାବ କରିଛି । ମୋବାଇଲ, ଲାପଟପ, ଡିଜିଟାଲ କ୍ୟାମେରା ସହ ଅନ୍ୟ ଚାର୍ଜ ହୋଇପାରୁଥିବା ବ୍ୟାଟେରୀ ନିର୍ମାଣରେ ଲିଥିୟମର ବ୍ୟବହାର ହୋଇଥାଏ । EV ବ୍ୟାଟେରୀର ଏହା ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ।

ଲିଥିୟମ ପାଇଁ ଏବେ ଭାରତ ସମ୍ପୂର୍ଣ୍ଣ ଭାବେ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳ । ଜାମ୍ମୁ-କାଶ୍ମୀରରେ ଲିଥିୟମର ଅନୁସନ୍ଧାନ ମିଳିଥିବା ବେଳେ ଏବେ ଏହାର ଉତ୍ତୋଳନ GSI ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । କେନ୍ଦ୍ରୀୟ ଭୂବୈଜ୍ଞାନିକ ପ୍ରୋଗ୍ରାମିଂ ବୋର୍ଡ ବୈଠକରେ ଲିଥିୟମ ଓ ସୁନା ସମେତ ୫୧ଟି ଖଣିଜ ବ୍ଲକ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ଦିଆଯାଇଛି । ୧୧ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ଖଣିର ସନ୍ଧାନ କରାଯାଇଛି ।