୨୪ ଘଣ୍ଟାରେ ୩ ଥର ଆତ୍ମହତ୍ୟା ଉଦ୍ୟମ

ଭୋପାଳ: ‘ଯାହାକୁ ରଖେ ଅନନ୍ତ କି କରିପାରେ ବଳବନ୍ତ ।’ ଅର୍ଥାତ ଯଦି ଆପଣଙ୍କ ଉପରେ ଭଗବାନଙ୍କ କୃପା ଅଛି, ତେବେ  ଯେତେ ଚେଷ୍ଟା କଲେ ବି କିଛି ଅଘଟଣା ଘଟାଇ ପାରିବେନି । ଏହା ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଛି ମଧ୍ୟପ୍ରଦେଶର ଅଟୋ ଚାଳକ ରବୀନ୍ଦ୍ର କଟାରେଙ୍କ କ୍ଷେତ୍ରରେ । ୨୪ ଘଣ୍ଟା ମଧ୍ୟରେ ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କରିବା ପରେ ବି ତାଙ୍କ ଜୀବନ ବଞ୍ଚି ଯାଇଛି । ଗୁରୁତର ଅବସ୍ଥାରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ରବୀନ୍ଦ୍ର ଏମିତି ପଦକ୍ଷେପ କାହିଁକି ନେଲେ ତାହା ସ୍ପଷ୍ଟ ହୋଇନି । ଅବସ୍ଥା ଗୁରୁତର ଥିବାରୁ ତାଙ୍କ ବୟାନ ବି ରେକର୍ଡ କରାଯାଇ ପାରିନି ।

ଆତ୍ମହତ୍ୟା କରିବାକୁ ରବୀନ୍ଦ୍ର ପ୍ରଥମେ ବେହୋସ ହେବା ପର୍ଯ୍ୟନ୍ତ ମଦ ପିଇଥିଲେ । ନିଶା ଝଡ଼ିବା ପରେ ସେ ବିଷ ପିଇ ଦେଇଥିଲେ । ଏଥିରେ ବି କାମ ନହେବାରୁ ଘରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ ଭଗବାନଙ୍କ ଦୟାରୁ ଠିକ ସମୟରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ଘଟଣାଟି ମଧ୍ୟପ୍ରଦେଶ ବେତୁଲର ଚିଚୋଲି ଥାନା ଅଞ୍ଚଳରେ ଘଟିଛି । ଡକ୍ତରଙ୍କ କହିବା ଅନୁସାରେ ରବୀନ୍ଦ୍ର ପ୍ରଥମେ ମଦ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ବିଷ ପିଇ ରଶି ଲଗାଇ ଦେଇଥିଲେ । ଶରୀରରୁ ବିଷ ବାହାର କରି ଦିଆଯାଇଛି । ହେଲେ ରବୀନ୍ଦ୍ର ସହେଯାଗ କରୁନଥିବାରୁ ଚିକିତ୍ସାରେ ସମସ୍ୟା ହେଉଥିବା ଡାକ୍ତର କହିଛନ୍ତି ।

କେଉଁ କାରଣରୁ ରବୀନ୍ଦ୍ର ଜୀବନ ହାରିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ହୋଇନି । ତଥାପି ତାଙ୍କ ଭାଇ କହିଛନ୍ତି, ‘କାରଣ ତ ଜଣାନାହିଁ । ପତ୍ନୀ ସହ କୌଣସି କଥାକୁ ନେଇ ମତଭେଦ ହୋଇଥାଇପାରେ ।’

Leave a Reply