ଇସ୍ତଫା ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ !

1 min read
Pakistani NGOs Raised Crores In The Name Of Helping India Now The Same Money Will Be Used To Spread Terror

ଇସଲମାବାଦ: ଖୁବ୍‌ଶୀଘ୍ର ଇସ୍ତଫା ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ବିଫଳ ହେବାରେ ଲାଗିଛି ଇମ୍ରାନଙ୍କ ଗୋଟି ଚାଳନା । ସରକାର ଉପରୁ ସମର୍ଥନ ପ୍ରତ୍ୟାହାର କରିଛି ବାଲୁଚିସ୍ତାନ ଆୱମି ପାର୍ଟି । ପୂର୍ବରୁ ସରକାର ଉପରୁ ସମର୍ଥନ ପ୍ରତ୍ୟାହାର କରିଥିଲା ଏମକ୍ୟୁଏମ-ପି । ଏମକ୍ୟୁଏମ-ପି ଓ ବିଏପିର ସମର୍ଥନ ପ୍ରତ୍ୟାହାର ପରେ ଗଭୀର ଅଡୁଆରେ ବୁଡିଯାଇଛନ୍ତି ଇମ୍ରାନ ।

ବିରୋଧୀ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି ବା ପିପିପି ସହ ଏମକ୍ୟୁଏମ-ପି ହାତ ମିଳାଇବା ପରେ ସଙ୍କଟ ହୋଇଥିଲା ଘନୀଭୂତ । ପିପିପି ଅଧ୍ୟକ୍ଷ ବିଲଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରୀ କହିଛନ୍ତି ବିରୋଧୀ ଶିବିରରେ ଏମକ୍ୟୁଏମ ସାମିଲ ହେବା ସହ କରାଯାଇଛି ରାଜିନାମା । ବିଭିନ୍ନ ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ହୋଇଛି ସହମତି । ଏପଟେ ଇମ୍ରାନ ପାକିସ୍ତାନରେ ରାଜନୈତିକ ହଲଚଲ ପାଇଁ ବିଦେଶୀ ରାଷ୍ଟ୍ରକୁ ଦାୟୀ କରିଛନ୍ତି । ଏନେଇ ସାମ୍ବାଦିକଙ୍କୁ ପ୍ରମାଣ ଦେଇଛନ୍ତି । କୌଣସି ବୈଦେଶିକ ରାଷ୍ଟ୍ର ପାକିସ୍ତାନ ଅଶାନ୍ତି ସୃଷ୍ଟି କରିପାରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ତିନିଦିନ ତଳେ ବିରୋଧୀ ଦଳ ନେତା ତଥା ପିଏମଏଲ-ଏନ୍ ସଭାପତି ଶେହବାଜ ସରିଫଙ୍କ ଦ୍ବାରା ଏହି ପ୍ରସ୍ତାବ ଆଗତ ହୋଇଥିଲା । ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସଂସଦକୁ ରଖାଯାଇଥିଲା ମୁଲତବୀ । ଆସନ୍ତା ଏପ୍ରିଲ ୩ ତାରିଖରେ ହିଁ ସଂସଦରେ ଅନାସ୍ଥା ଭୋଟ ହୋଇପାରେ ବୋଲି ଆଶା କରାଯାଉଛି । ୩୪୨ ସଦସ୍ୟ ବିଶିଷ୍ଟ ପାକ୍ ସାଂସଦରେ ମ୍ୟାଜିକ ନମ୍ବର ରହିଛି ୧୭୨ ।