ସରକାର ବଦଳିବା ପରେ ବି ଜଳୁଛି ଇସଲାମାବାଦ, ଆଜାଦୀ ମାର୍ଚ୍ଚ ବେଳେ ଭୟଙ୍କର ହିଂସା

1 min read

ଇସଲାମାବାଦ: ସରକାର ବଦଳିବା ପରେ ବି ଜଳୁଛି ଇସଲାମାବାଦ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆଜାଦୀ ମାର୍ଚ୍ଚ ବେଳେ ହିଂସାକାଣ୍ଡ । ତୁରନ୍ତ ନିର୍ବାଚନ କରିବା ଦାବିରେ ଇମରାନଙ୍କ ଦଳ ପିଟିଆଇ ପକ୍ଷରୁ ବିକ୍ଷୋଭ କରାଯାଉଥିବା ବେଳେ ପୋଲିସ ଓ PTI କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତେବେ ଏହି ହିଂସାକାଣ୍ଡ ପରେ ସୁପ୍ରିମକୋର୍ଟ, ପାର୍ଲାମେଣ୍ଟ, ପିଏମ୍ ଆବାସ ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦେଶରେ ଏକ ଆମଦାନିଭିତ୍ତିକ ସରକାର ଚାଲିଛି ଏବଂ ତୁରନ୍ତ ଦେଶରେ ସାନି ନିର୍ବାଚନ କରିବା ଲାଗି ଦାବି କରିଛନ୍ତି ଇମ୍ରାନ ।

ଇସଲାମାବାଦର ବିଭିନ୍ନ ସ୍ଥାନରେ ପୋଲିସ ସହ ପିଟିଆଇ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ । ଇମ୍ରାନଙ୍କ ଆହ୍ୱାନ କ୍ରମେ ଇସଲାମାବାଦର ଡି-ଚୌକରେ ଆନ୍ଦୋଳନକାରୀମାନେ ଏକାଠି ହୋଇଛନ୍ତି । ରାଜଧାନୀରେ ପ୍ରତିବାଦ ରାଲି ଲାଗି ସୁପ୍ରିମକୋର୍ଟ ଅନୁମତି ଦେଇଥିବାରୁ କୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି ଇମ୍ରାନ । ହଜାର ହଜାର ଆନ୍ଦୋଳନକାରୀ ବ୍ୟାରିକେଡ ହଟାଇବା ସହ ପୋଲିସ ସହ ସଂଘର୍ଷ କରିଛନ୍ତି । ସେପଟେ ଏହି ରାଲିକୁ ବିରୋଧ କରିଛି ଶାସକ ଦଳ ।