ଇମ୍ରାନଙ୍କୁ ଡରାଉଛି ହତ୍ୟା ଷଡ଼ଯନ୍ତ୍ର ! କହିଲେ ତାଙ୍କୁ ହତ୍ୟା କରିବାକୁ ଦେଶ ବିଦେଶରେ ଚାଲୁଥିଲା ଷଡଯନ୍ତ୍ର

ଇସଲମାବାଦ୍: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଚାଞ୍ଚଲ୍ୟକର ବୟାନ । ତାଙ୍କୁ ହତ୍ୟା କରିବା ଲାଗି ଦେଶ ଓ ବିଦେଶରେ ଯୋଜନା କରାଯାଇଥିଲା ବୋଲି କହିଛନ୍ତି ଇମ୍ରାନ । ତାଙ୍କୁ କେଉଁମାନେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ, ସେମାନଙ୍କ ନାମ ସେ ଜାଣିଛନ୍ତି ଏବଂ ତାହାର ପ୍ରମାଣ ତାଙ୍କ ନିକଟରେ ରହିଛି ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । କେବେଳ ସେତିକି ନୁହେଁ ଷଡ଼ଯନ୍ତ୍ରର ପ୍ରମାଣ ସ୍ୱରୂପ ଏକ ଭିଡିଓ କରିଛନ୍ତି । ଇମ୍ରାନଙ୍କ ଏହି ବୟାନ ବିଭିନ୍ନ ନେତାଙ୍କ ସମ୍ପୃକ୍ତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ତାଙ୍କ ସରକାରକୁ ଗାଦିଚ୍ୟୁତ କରିବା ଲାଗି ଦେଶର କିଛି ନେତାଙ୍କ ଜରିଆରେ ଆମେରିକା ଯୋଜନା କରୁଥିବା ସମ୍ପର୍କରେ ଅଭିଯୋଗ କରି ଗତ ଏପ୍ରିଲରେ ଗାଦି ହରାଇଥିଲେ ଇମ୍ରାନ । ଶାସନରୁ ବିଦା ହେବା ପରଠାରୁ ନୂଆ ସରକାରଙ୍କୁ ପ୍ରତାରକ ଓ ଦୁର୍ନୀତିଗ୍ରସ୍ତ ବୋଲି କହି ଆସୁଛନ୍ତି ଇମ୍ରାନ ।

ଇମ୍ରାନ ଖାନ କହିଛନ୍ତି ଯେ, ସେ ଏକ ଭିଡିଓ ରେକର୍ଡ କରିଛନ୍ତି । ‘ଏହି ଷଡ଼ଯନ୍ତ୍ର ବିଷୟରେ ମୁଁ ପୂର୍ବରୁ ଜାଣିଛି, ତେଣୁ ମୁଁ ଏକ ଭିଡିଓ ରେକର୍ଡ କରି ଏକ ସୁରକ୍ଷିତ ସ୍ଥାନରେ ରଖିଛି । ଯଦି ମୋ ସହିତ କିଛି ହୁଏ, ତେବେ ଏହି ଭିଡିଓ ଦେଶର ଲୋକଙ୍କ ସାମ୍ନାରେ ପ୍ରକାଶିତ ହେବ । ଏହି ଭିଡିଓରେ ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କ ବିଷୟରେ କହିଛି ଯେଉଁମାନେ ମୋ ବିରୁଦ୍ଧରେ ଷଡଯନ୍ତ୍ର କରିଛନ୍ତି  ।

ଇମ୍ରାନ ଏକ ବାଧା ଯାହାକୁ ହଟାଇବା ଆବଶ୍ୟକ

ସେ ସେହ ଷଡଯନ୍ତ୍ରକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ‘ସେମାନେ ଭାବନ୍ତି ଯେ ଇମ୍ରାନ ସେମାନଙ୍କ ପଥରେ ଏକ ପ୍ରତିବନ୍ଧକ, ଯାହାକୁ ହଟାଇବା ଆବଶ୍ୟକ । ସେଥିପାଇଁ ମୁଁ ଏହି ଭିଡିଓ ରେକର୍ଡ କରି ରଖିଛି । କାରଣ ମୋ ପାଇଁ ଏହା ରାଜନୀତି ନୁହେଁ, ଏହା ଜିହାଦ  । ଯଦି ମୋ ସହ କିଛି ଘଟେ, ମୁଁ ଚାହୁଁଛି ଏହି ଷଡଯନ୍ତ୍ରରେ କିଏ ଜଡିତ ଅଛି ତାହା ପୁରା ପାକିସ୍ତାନ ଜାଣୁ ।