ଲାହୋର ରାଲିରେ ଭାରତକୁ ପ୍ରଶଂସା କଲେ ଇମ୍ରାନ୍‌ ଖାନ୍‌

1 min read

ନୂଆଦିଲ୍ଲୀ: ଭାରତର ବୈଦେଶିକ ନୀତିକୁ ପୁଣିଥରେ ପ୍ରଶଂସା କରି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତିଯେ, ଭାରତର ବୈଦେଶିକ ନୀତି ପାକିସ୍ତାନଠାରୁ ଭିନ୍ନ । ଏହା  ଭାରତର ଲୋକଙ୍କ ଉତ୍ତମ ସୁବିଧା ପାଇଁ ତିଆରି ହୋଇଛି ।

ଲାହୋରର ଏକ ରାଲିରେ ଭାଷଣ ଦେଉଥିବାବେଳେ ଇମ୍ରାନ୍‌ କହିଛନ୍ତିଯେ, ଆମେରିକା ସହିତ ଭାରତର ଏକ ରଣନୀତିକ ବୁଝାମଣା ରହିଥିବା ବେଳେ ଋଷିଆଠାରୁ ତେଲ କିଣୁଛି । ଭାରତର କହିବା ହେଉଛି ସେ ଲୋକଙ୍କ ଭଲ ପାଇଁ ଏ ସବୁ କରୁଛି । କିନ୍ତୁ ଆମ ବୈଦେଶିକ ନୀତି ଆମ ଦେଶର ଲୋକମାନଙ୍କ ଭଲ ପାଇଁ କରାଯାଇନାହିଁ  ବରଂ ଅନ୍ୟମାନଙ୍କ ପାଇଁ କରାଯାଇଛି ।

ଏହା ପ୍ରଥମ ଥର ନୁହେଁ ଯେତେବେଳେ ଇମ୍ରାନ୍‌ ଭାରତକୁ ପ୍ରଶଂସା କରିଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ଭାରତର ବୈଦେଶିକ ରଣବୀତିକୁ ପ୍ରଶଂସା କରିଥିଲେ ଇମ୍ରାନ୍‌ । ସେ କହିଥିଲେଯେ ଭାରତର ବୈଦେଶିକ ରଣନୀତି ସ୍ୱାଧୀନ ଏବଂ ଲୋକଙ୍କ ପାଇଁ ।

ଏହା ପୂର୍ବରୁ ପଂଖତୁଖ୍ୱାର ମାଲାକାନ୍ଦ ଅଞ୍ଚଳରେ ଏକ ରାଲିରେ ଇମ୍ରାନ୍‌ କହିଥିଲେଯେ, ମୁଁ ଆମର ପଡ଼ୋଶୀ ଦେଶକୁ ପ୍ରଶଂସା କରୁଛି । କାରଣ ସେମାନଙ୍କର ଏକ ସ୍ୱାଧୀନ ବୈଦେଶିକ ରଣନୀତି ରହିଛି । ଏବେ ଭାରତ ଆମେରିକା ସହିତ ଏକ ଚୁକ୍ତିରେ ମଧ୍ୟ ବନ୍ଧା । ସେମାନେ QUADର ଅଂଶ । ତେବେ ଋଷିଆ ଗସ୍ତ ପଛର କାରଣ ମଧ୍ୟ କହିଥିଲେ ଇମ୍ରାନ୍‌ । ସେ ମଧ୍ୟ ଭାରତକୁ ଅନୁକରଣ କରିବାକୁ ଚାହୁଁଥିଲେ ।