ପାକିସ୍ତାନ ସଂସଦରେ ପ୍ରବଳ ହଟ୍ଟଗୋଳ, ରାତି ସାଢେ ୮ରେ ଅନାସ୍ଥା ଭୋଟ

1 min read
No Confidence Motion Imran Khan To Be Arrested

ଇସଲାମବାଦ: ରାତି ସାଢ଼େ ୮ଟାରେ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା । ପାକିସ୍ତାନ ସଂସଦରେ ପ୍ରବଳ ହଟ୍ଟଗୋଳ ପରେ ସମୟ ହୋଇଛି ନିର୍ଦ୍ଧାରଣ । ଆଜି ସକାଳ ୧୦ଟାରେ ଭୋଟ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ବାକ୍‌ବିତଣ୍ଡା ଯୋଗୁ ଘୁଞ୍ଚିବାରେ ଲାଗିଛି ସମୟ । । ସମ୍ବିଧାନ ଓ ଆଇନକୁ ବାଚସ୍ପତି ସମ୍ମାନ ଦେବା ଦରକାର ବୋଲି ପିଏମଏଲ ନେତା ଶେହବାଜ ସରିଫ କହିଥିବାବେଳେ ବୈଦେଶିକ ମନ୍ତ୍ରୀ ଅହମ୍ମଦ ଶାହ କୁରେସୀ ସୁପ୍ରିମକୋର୍ଟଙ୍କ ରାୟକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିଲେ ।

ଏହା ସହ ଇମ୍ରାନ ଉଠାଇଥିବା ବିଦେଶୀ ଷଡ଼ଯନ୍ତ୍ର ପ୍ରସଙ୍ଗରେ ଆଲୋଚନା ଲାଗି ଜିଦରେ ଅଟଳ ରହିଥିଲେ ବିରୋଧୀ । ଏହାକୁ ନେଇ ସଂସଦରେ ଅଚଳାବସ୍ଥା ସୃଷ୍ଟି ହେବା ପରେ ବାଚସ୍ପତି ବାଚସ୍ପତି ଆସଦ କାଇଜର ଅପରାହ୍ଣ ଗୋଟାଏ ଯାଏ ଗୃହକୁ ମୁଲତବୀ ରଖିଥିଲେ । ଦିନ ଗୋଟାଏ ପରେ ବି ଗୃହକାର୍ଯ୍ୟ ଆରମ୍ଭ ହୋଇପାରିନଥିଲା । ସ୍ଥିତି ସୁଧାରିବା ଲାଗି ବିରୋଧୀ ଦଳ ସହ ବାଚସ୍ପତି ଆଲୋଚନା କରିଥିଲେ ବି କିଛି ଫଳ ମିଳିନଥିଲା । ତେଣେ ପିଟିଆଇର ବରିଷ୍ଠ ସାଂସଦଙ୍କ ବି ଆଲୋଚନା କରିଥିଲେ ଇମ୍ରାନ ।

ଉପବାଚସ୍ପତି କହିଥିଲେ- ସେ କୌଣସି ସମ୍ବିଧାନ ବିରୋଧୀ କାର୍ଯ୍ୟ କରିନାହାନ୍ତି । ବର୍ତ୍ତମାନର ସ୍ଥିତି ଅନୁସାରେ ଇମ୍ରାନଙ୍କ ସପକ୍ଷରେ ୧୪୨ ସାଂସଦ ଥିବାବେଳେ ବିରୋଧୀ ଶିବିରରେ ରହିଛନ୍ତି ୧୯୯ ସାଂସଦ । ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ଆଜି ପାଇଁ ନିର୍ଦ୍ଧାରଣ ହୋଇଥିଲା ଅନାସ୍ଥା ଭୋଟ  । ଉପବାଚସ୍ପତି ଖାରଜ କରିଦେଇଥିବା ପ୍ରସ୍ତାବକୁ ନିନ୍ଦା ପ୍ରକଟ କରିଥିଲେ ସୁପ୍ରିମକୋର୍ଟ  ।